ପୁଣି ଚର୍ଚ୍ଚାରେ ଦଙ୍ଗଲ ଗାର୍ଲ ଜାଇରା ୱାସିମ୍: ଏଥର ଆତ୍ମହତ୍ୟା କରିବାକୁ ଚାହୁଁଥିବା କହି ନହେଁ, ବରଂ ଫିଲ୍ମ ଦୁନିଆ ଚାଡିବା ବୋଲି କହି…

Published By : Prameya-News7 Bureau | June 30, 2019 IST

ମୁମ୍ବାଇ୩୦|୬: ପୁଣି ଚର୍ଚ୍ଚାରେ ଦଙ୍ଗଲ ଗାର୍ଲ ଜାଇରା ୱାସିମ୍‌ । ତେବେ ଏଥର ଆତ୍ମହତ୍ୟା କରିବାକୁ ସେ ଟ୍ବିଟ କରି ନାହାଁନ୍ତି କିମ୍ବା ସହ କଳାକାର ସହ ତାଙ୍କର ସମ୍ପର୍କ ବିଷୟରେ କହି ଚର୍ଚ୍ଚାକୁ ଆସି ନାହାଁନ୍ତି । ଯେଉଁ ବଲିଉଡ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା ସେହି ବଲିଉଡ ଆଉ ଫିଲ୍ମ ଦୁନିଆକୁ ଛାଡ଼ିବା କଥା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି…

{"id":129087}

ପାଞ୍ଚ ବର୍ଷ ତଳେ ମୁଁ ନିଷ୍ପତ୍ତି ନେଇଥିଲି ମୋ ଜୀବନକୁ ବଦଳାଇ ଦେବି, ବହୁ ଆଶା ନେଇ ବଲିଉଡରେ ପାଦ ଦେଇଥିଲି ।  ବହୁତ ସଫଳତା ଆଣି ଦେବ ବୋଲି ବଲିଉଡକୁ ଆପଣାଇଥିଲି । ବଲିଉଡରେ ୫ ବର୍ଷ ପୂରଣ କରିବା ଅବସରରେ ଆଜି ଫିଲ୍ମରେ ଅଭିନୟ ନକରିବା ପାଇଁ ନିଷ୍ପତ୍ତି ନେଇଛି।

{"id":129083}

 ଏ ହେଉଛି ଦଙ୍ଗଲ ଗାର୍ଲ ଜାଇରା ୱାସିମ୍‌ । ମନେ ପକାନ୍ତୁ ତାଙ୍କୁ ଆପଣ ଦେଖିଥିଲେ ଫିଲ୍ମ ଦଙ୍ଗଲରେ। ଆପଣ ଦେଖିଥିଲେ ସିକ୍ରେଟ ସୁପରଷ୍ଟାରରେ ଫିଲ୍ମ ଦୁନିଆରେ ପାଦ ଦେଉ ଦେଉ ସେ ଅନେକ ଥର ବିବାଦ ଘେରକୁ ଟଣା ହୋଇଛନ୍ତି। ଏବେ  ମନର କୋହକୁ ୬ ପୃଷ୍ଠା ସମ୍ବଳିତ ଏକ  ପୋଷ୍ଟରେ ସେ ବଖାଣିଛନ୍ତି।  ପାଞ୍ଚ ବର୍ଷ ତଳେ ଯେଉଁ ବଲିଉଡ଼ ତାଙ୍କୁ ସାରା ଦୁନିଆରେ ପରିଚୟ ଦେଇଛଥିଲା ସେହି ଲାଇନକୁ ଛାଡ଼ିବା ପାଇଁ ଆଜି କ’ଣ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ?

{"id":129084}

ଫିଲ୍ମ ଛାଡ଼ିବାକୁ ନେଇ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି ଜାଇରା ।ଅଭିନୟ ତାଙ୍କୁ ଆଲ୍ଲାଙ୍କ ଠାରୁ ଦୂରେଇ ଦେଉଛି ବୋଲି ସେ କହିଛନ୍ତି । ତେବେ ଜାଇରାଙ୍କ ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଜାଇରାଙ୍କ ଦୁଇଟି ଯାକ ଫିଲ୍ମ ବେଶ ସଫଳତା ସାଉଁଟିଛି । ଏବେ ସ୍କାଇ ଇଜ୍ ପିଙ୍କ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି । ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କାହିଁକି ଏମିତି ନିଷ୍ପତ୍ତି ନେଲେ ଜାଇରା । ବଲିଉଡ ଛାଡ଼ିବା ପଛର କାରଣ କଣ? ଏହା ଜାଇରାଙ୍କ ନିଜ ନିଷ୍ପତି ନାଁ କାହା ଚାପରେ ଏମିତି ସେ ପୋଷ୍ଟ କରିଛନ୍ତି ?

{"id":129085}

ଜାଇରାଙ୍କ ପ୍ରଥମ ଫିଲ୍ମରୁ ଆରମ୍ଭ ହୋଇଥିଲା ବିବାଦ । ସେବେଠାରୁ ସେ ଯେତିକି ଜାତୀୟ ଅନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି ତା ଠାରୁ ଢ଼େର ବେଶୀ ବିବାଦ ସୃଷ୍ଟି ହୋଇଛି । କେବେ ଚୁଟି କଟାକୁ ନେଇ ବିବାଦ ତ କେବେ ବେଶ ପୋଷାକକୁ ନେଇ ତାଙ୍କୁ ବିଭିନ୍ନ ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡ଼ିଛି ।ତତ୍‌କାଳୀନ କ୍ରୀଡ଼ା ମନ୍ତ୍ରୀ ଚମତ୍କାର ଅଭିନୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ସେ ଯେଉଁ ସଂପ୍ରଦାୟର ସେହି ସଂପ୍ରଦାୟ ଲୋକେ ହିଁ  ତାଙ୍କ ଅଭିନୟକୁ ବିରୋଧ କରିଛନ୍ତି ।

{"id":129086}

ସଫଳତାକୁ ନେଇ ଜାଇରା ଯେତିକି ଖୁସି ମନାଇ ନାହାଁନ୍ତି ତା ଠାରୁ ଢ଼େର ବେଶୀ ଅବସାଦରେ ରହିଛନ୍ତି । ଯେଉଁଥି ପାଇଁ ନିଦ ବଟିକା ଖାଇବା ଓ ଆତ୍ମହତ୍ୟା କରିବାକୁ ତାଙ୍କର ଇଚ୍ଛା ହେଉଛି ବୋଲି ପୂର୍ବରୁ ସେ ଟ୍ବିଟ୍‌ ମଧ୍ୟ କରିଛନ୍ତି ।ଏବେ ଫିଲ୍ମ ଦୁନିଆରୁ ତାଙ୍କର ଅଲବିଦା ନିଷ୍ପତ୍ତି ପୁଣି ତାଙ୍କୁ କେଉଁ ମୋଡ଼ରେ ପହଞ୍ଚାଉଛନ୍ତି ତା ଉପରେ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.