Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜମ୍ମୁ-କଶ୍ମୀରରୁ ହଟିଲା ଧାରା ୩୭୦, ବଲିଉଡ ଷ୍ଟାରଙ୍କ ଟୁଇଟ୍ ଆରମ୍ଭ, ଜାଣନ୍ତୁ ପ୍ରତିକ୍ରିୟା

5/08/2019 at 12:45 PM

ମୁମ୍ବାଇ ୫|୮: ଜମ୍ମୁ-କାଶ୍ମୀର ସମ୍ପର୍କରେ ନରେନ୍ଦ୍ର ମୋଦି ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସଭା ଆରମ୍ଭ ହେଉ ହେଉ ଗୃହମନ୍ତ୍ରୀ ଅମିତ ଶାହ ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଚେଦ କରିବା ସହ ଜାମ୍ମୁ-କାଶ୍ମୀରର ବିଭାଜନ ସଂକଳ୍ପ ଆଗତ କରିଥିଲେ । ଫଳରେ ଏବେ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ସହ ଜମ୍ମୁକାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ । ଜମ୍ମୁ-କାଶ୍ମୀରରୁ ଲଦାଖ ଅଲଗା ହୋଇ ଆଉ ଏକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ ହେବ ।

 ଜମ୍ମୁ-କାଶ୍ମୀର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ବଦଳରେ ୫ ବର୍ଷ ହେବ । ଜମ୍ମୁ-କାଶ୍ମୀରର ସ୍ବତନ୍ତ୍ର ପତକା ହଟି ସେଠାରେ ଭାରତୀୟ ପତକା ବାଧ୍ୟତା ମୂଳକ ହେବ ।ଜମ୍ମୁ-କାଶ୍ମୀରରେ ଏଥର ଅଣ-କାଶ୍ମୀର ଭାରତୀୟ ଯାଗାବାଡି କିଣିବା ସହ ବ୍ୟବସାୟ କରିପାରିବେ । ରାଜ୍ୟସଭାରେ ଏହା ଘୋଷଣା ହେବା ପରେ କଂଗ୍ରେସ ଦଳ ଏହାର ଜୋରଦାର ବିରୋଧ କରିଛି । ଏଭଳି ନିଷ୍ପତ୍ତି କାଶ୍ମୀରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବା ଆଶଂକାରେ ଗତ ସପ୍ତାହରେ ପାଖାପାଖି ୪୦ ହଜାର ଅତିରିକ୍ତ ସୈନ୍ୟ ମୂତୟନ ହୋଇଛି ।

ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମହବୁବା ମୁଫ୍ତିଙ୍କୁ ଗୃହବନ୍ଦି କରାଯାଇଛି।ନିଷ୍ପତ୍ତି ପରେ ବିଭିନ୍ନ ବର୍ଗରୁ ଭିନ୍ନ ବଭିନ୍ନ ପ୍ରତିକ୍ରୀୟା ଆସିବାରେ ଲାଗିଛି ।  ସରକାରଙ୍କର ଏହି ନିଷ୍ପତ୍ତି ପରେ ବଲିଉଡର ଅନେକ ଷ୍ଟାର ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଟୁଇଟ୍‌ କରିଛନ୍ତି। ବଲିଉଡରୁ ଏବେ କିଛି ଦିନ ତଳେ ବିଦାୟ ନେଇଥିବା କଳାକାର ଜାୟରା ୱସିମ୍‌ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ସମୟ ମଧ୍ୟ ସରିଯିବ।ଜାୟରାଙ୍କ ବ୍ୟତୀତ ଅଭିନେତା ସଂଜୟ ସୁରୀ ଟୁଇଟ୍‌ କରି କଶ୍ମୀରରେ ଥିବା ସବୁ ଲୋକଙ୍କୁ ନିଜ ଧ୍ୟାନ ରଖିବାକୁ କହିଛନ୍ତି। ବରିଷ୍ଠ ଅଭିନେତା ଅନୁପମ ଖେର କହିଛନ୍ତି ଯେ, କଶ୍ମୀର ସମସ୍ୟାର ସମାଧାନ ଆରମ୍ଭ ହୋଇଛି ।

   Related Posts