Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିବାହ କରିବେ ୟୁଜବେନ୍ଦ୍ର ଚହଲ, କହିଲେ ଚାଲିଛି ପ୍ରସ୍ତୁତି

28/09/2019 at 8:34 PM

କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପ୍ରାୟତଃ ଫ୍ୟାନସଙ୍କ ନଜର ରହିଥାଏ। ଏଥିରେ ଏକ ଖୁସିଖବର ଆସୁଛି। ଟିମ୍ ଇଣ୍ଡିଆର ଜନୈକ ବଲୋର ବିବାହ କରିବାକୁ ଯାଉଛନ୍ତି। ଏହି ଖେଳାଳି ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ଟିମ୍ ଇଣ୍ଡିଆର ଲେଗ ସ୍ପିନର ଯୁଜବେନ୍ଦ୍ର  ନିଜେ ତାଙ୍କ ବିବାହର ଖବର ଦେଇଛନ୍ତି। ୨୯ ବର୍ଷ ବୟସ୍କ ଗଣମାଧ୍ୟମର ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ତାଙ୍କ ବିବାହ ପ୍ରସ୍ତୁତି ଚାଲିଥିବା ନେଇ ସୂଚନା ଦେଇଛନ୍ତି।

ହରିୟାଣାରେ ଜନ୍ମିତ ଏହି ରାଇଟ୍ ହ୍ୟାଣ୍ଡ ଲେଗ୍ ବ୍ରେକ୍ ବୋଲର ଏପର୍ଯ୍ୟନ୍ତ କ୍ୟାରିୟରରେ ୫୦ ଟି ୱାନଡେ ଖେଳିସାରିଥିବା ବେଳେ ୫.୦୬ ଇକନମୀ ସହିତ ୮୫ଟି ୱିକେଟ୍ ନେଇ ସାରିଲେଣି। ସେହିପରି ଅନ୍ତର୍ଜାତୀୟ ଟି-୨୦ରେ ବି ସେ ୪୬ ୱିକେଟ୍ ପାଇଛନ୍ତି। ତେବେ ସାଉଥ୍ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆରେ ୟୁଜେବନ୍ଦ୍ରଙ୍କୁ ସ୍ଥାନ ମିଳି ନାହିଁ। କେବଳ ୟୁଜବେନ୍ଦ୍ର ନୁହଁନ୍ତି କୁଲଦୀପ ଯାଦବ ମଧ୍ୟ ଟିମ୍ ରେ ସ୍ଥାନ ପାଇ ନାହାନ୍ତି।

ଯୁଜବେନ୍ଦ୍ର ଓ କୁଲଦୀପକୁ ଟିମ୍ ରେ ସ୍ଥାନ ନ ମିଳିବା ନେଇ ଫ୍ୟାନସ ପ୍ରଶ୍ନ ବି କରିଥିଲେ। ତେବେ ଭାରତୀୟ ଟିମର କ୍ୟାପ୍ଟେନ କହିଥିଲେ ଯେତେବେଳେ କୂଲଦୀପ ଓ ୟୁଜବେନ୍ଦ୍ର ଟିମରେ ଯୋଗଦେଇଥିଲେ ସେତେବେଳେ ବି ଫ୍ୟାନସଙ୍କ ପ୍ରତିକ୍ରିୟା ଏହି ଭଳି ଥିଲା। ତେବେ ଟିମର ଏଭଳି ପରିବର୍ତ୍ତନର କାରଣ ସମ୍ପର୍କରେ ଯାହା କହିଥିଲେ ବିରାଟ କୋହଲି ତାହା ଥିଲା ଆଗାମୀ ବର୍ଷ ଟି-୨- ୱାର୍ଲଡ କପ୍। ବିଶ୍ୱକପ୍ ବେଳକୁ ଯେପରି ଟିମ ଇଣ୍ଡିଆ ସନ୍ତୁଳିତ ଥିବ ସେଥିଲାଗି ଏଭଳି ପରିବର୍ତ୍ତନର ଆବଶ୍ୟକତା ପଡିଥାଏ ବୋଲି ବିରାଟ କହିଥିଲେ।

   Related Posts