ବିବାହ ବନ୍ଧନରେ ବାନ୍ଧିହେଲେ ଟିମ ଇଣ୍ଡିଆ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ, ଫଟୋ ସେୟାର କରି ଦେଲେ ଖୁସିଖବର

Published By : Prameya-News7 Bureau | August 08, 2020 IST

ନୂଆଦିଲ୍ଲୀ ୦୮/୦୮ : ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିବାହ ଠିକ ହୋଇଛି | ସୋସିଆଲ ମିଡ଼ିଆରେ ସେ ରୋକା ସମାରୋହର ଫଟୋ ସେୟାର କରି ସୂଚନା ଦେଇଛନ୍ତି | ଏହି ଖୁସିଖବର ସେୟାର କରିବା ପରେ କେ.ଏଲ.ରାହୁଲ, ହାର୍ଦିକ ପାଣ୍ଡ୍ୟାଙ୍କ ସମେତ ଟିମର ସମସ୍ତ ଖେଳାଳି ତାଙ୍କୁ ଶୁଭକାମନା ଜଣାଇଛନ୍ତି |   

{"id":311725,"sizeSlug":"large"}

ଚହଲ ବିରାଟ କୋହଲିଙ୍କ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମହତ୍ଵପୁର୍ଣ ଖେଳାଳି | କିଛି ଦିନ ପରେ ସେ ଆଇପିଏଲ ପାଇଁ ୟୁଏଇ ଗସ୍ତରେ ଯିବେ | ଆଇପିଏଲ ଆରମ୍ଭ ହେବା ପରେ ସେ ବହୁ ଦିନ ପରେ ଘରକୁ ଫେରିବେ |

{"id":311724,"sizeSlug":"large"}

ଚହଲ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ମଧ୍ୟ ଖୁସିଖବର ଦେଇଛନ୍ତି | ଆଇପିଏଲ ଆୟୋଜନ ସେପ୍ଟେମ୍ବର ୧୦ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ କରାଯିବ | ଏହା ସହ ଭାରତୀୟ ଖେଳାଳି ମଧ୍ୟ ବହୁ ଦିନ ପରେ ମଇଦାନକୁ ଓହ୍ଲାଇବେ | 

{"id":311720,"sizeSlug":"large"}

ୟୁଜବେନ୍ଦ୍ର ଚହଲଙ୍କ ଭାବି ପତ୍ନୀ ଧନଶ୍ରୀ କୋରିଓଗ୍ରାଫର ଓ ୟୁଟ୍ୟୁବର | ଚହଲଙ୍କ ଭଳି ସେ ମଧ୍ୟ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତି |

{"id":311723,"sizeSlug":"large"}

କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଭାରତୀୟ କ୍ରିକେଟର୍ସ ନିଜ ନିଜ ଘରେ କଏଦ ଅଛନ୍ତି | ଏହି ସମୟରେ ଚହଲ ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.