ଚହଲଙ୍କ ବଲ୍ରେ କ୍ଲିନ୍ ବୋଲ୍ଡ ହେଲେ ଧନଶ୍ରୀ, ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ତାରକା ସ୍ପିନର
22/12/2020 at 10:25 PM

ନୂଆଦିଲ୍ଲୀ ୨୨।୧୨: ଅଷ୍ଟ୍ରେଲିଆ ଗସ୍ତରୁ ଫେରିବାର କିଛି ଦିନ ପରେ ଭାରତର ତାରକା ସ୍ପିନର ୟୁଜବେନ୍ଦ୍ର ଚହଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କୁ ମଙ୍ଗଳବାର ବିବାହ କରିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ବିବାହର ଖୁସି ଖବର ପ୍ରଶଂସକଙ୍କୁ ଦେଇଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ଚହଲ ଧନଶ୍ରୀଙ୍କ ସହିତ ନିଜର ନିର୍ବନ୍ଧ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ।
ଉଭୟ ନିଜର ସଂପର୍କକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସାର୍ବଜନୀନ କରିନଥିଲେ। ନିକଟରେ ଧନଶ୍ରୀ ଓ ଚହଲଙ୍କୁ ଆଇପିଏଲ ସମୟରେ ଦୁବାଇ ବ୍ୟତୀତ ଅନ୍ୟ ସ୍ଥାନରେ ଅନେକ ଥର ଦେଖିବାକୁ ମିଳିଥିାଲ। ଆଇପିଏଲର ୧୩ତମ ସିଜିନରେ ସେ ଷ୍ଟାଡିୟମରେ ସର୍ବଦା ଚହଲଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ବିବାହର ଫଟୋରେ ଧନଶ୍ରୀ ଗାଢ ଲାଲ ରଙ୍ଗର ଲହଙ୍ଗା ପିନ୍ଧିଥିବା ବେଳେ ଚହଲ ସେରଓ୍ଵାନି ସ ହିତ ଗାଡ ଲାଲ ରଙ୍ଗର ମୁକୁଟ ପରିଧାନ କରିଛନ୍ତି।
ଚହଲ କିଛି ଦିନ ପୂର୍ବେ ଅଷ୍ଟ୍ରେଲିଆ ଗସ୍ତରୁ ଭାରତ ଫେରିଛନ୍ତି। ଚହଲ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ପାଇଁ ଦଳରେ ସାମିଲ ଥିଲେ। ହେଲେ ସେ ଟି-୨୦କୁ ବାଦ୍ ଦେଲେ ଏହି ଗସ୍ତରେ ବିଶେଷ ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନଥିଲେ।