Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ୍ ମିଡିଆରେ ନିଆଁ ଲଗାଇଲେ ଚହଲଙ୍କ ଭାବିପତ୍ନୀ : ଭାଇରାଲ୍ ହେଉଛି ଭିଡିଓ

13/08/2020 at 3:14 PM

ମୁମ୍ବାଇ ୧୩/୮: ଇଣ୍ଡିଆ ଟିମ୍ ର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ନିକଟରେ ନିଜର ଗାର୍ଲଫ୍ରେଣ୍ଡ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି। ଧନଶ୍ରୀ ଜଣେ କୋରିଓଗ୍ରାଫର। ଧନଶ୍ରୀ ବର୍ମା ନିଜର ଅଲଗା ଅଲଗା ଡାନ୍ସ ଭିଡିଓ ଜରିଆରେ ସୋସିଆଲ୍ ମିଡିଆରେ ଧମାଲ୍ କରୁଛନ୍ତି।

 ୟୁଜବେନ୍ଦ୍ର ଚହଲ କୋରିଓଗ୍ରାଫର ଏବଂ ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି। ଧନଶ୍ରୀ ବର୍ମା ପେଶାରେ ଜଣେ ଡେଣ୍ଟିଷ୍ଟ,କୋରିଓଗ୍ରାଫର ଏବଂ ୟୁଟ୍ୟୁବର।

ଚହଲଙ୍କ ଭାବିସ୍ତ୍ରୀ ଧନଶ୍ରୀ ବର୍ମା ମୁମ୍ବାଇରେ ରୁହନ୍ତି। ଚହଲ ଏବଂ ଧନଶ୍ରୀ କିଛି ଦିନରୁ ପରସ୍ପରକୁ ଡେଟ୍ କରୁଥିଲେ।

ଏହି ଭିଡିଓରେ ଧନଶ୍ରୀ ବର୍ମା ଏୟାରପୋର୍ଟରେ PPE Ecକିଟରେ ଡାନ୍ସ କରୁଥିବା ନଜର ଆସିଛନ୍ତି। ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ଖୁବ୍ ପସନ୍ଦ କରାଯାଇଥିଲା ଏବଂ ପ୍ରଶଂସକ ଲଗାତାର କମେଣ୍ଟ କରୁଛନ୍ତି।

ଏହି ଡାନ୍ସ ଭିଡିଓରେ ଧନଶ୍ରୀ ଲେହେଙ୍ଗା ପିନ୍ଧି ନାଚୁଛନ୍ତି। ଟ୍ରାଡିସନାଲ୍ ଆଉଟଫିଟରେ ଧନଶ୍ରୀଙ୍କ ଏହି ଡାନ୍ସ ଭିଡିଓକୁ ଅନେକ ଲାଇକ୍ସ ମିଳିଛି।

ଇନଷ୍ଟାଗ୍ରାମରେ ମଧ୍ୟ ଧନଶ୍ରୀ ସବୁବେଳେ ଆକ୍ଟିଭ ଥାଆନ୍ତି।

ଧନଶ୍ରୀ ବର୍ମାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୧୫ଲକ୍ଷରୁ ଅଧିକ ସବସ୍କ୍ରାଇବର୍ସ ଅଛନ୍ତି।

ଧନଶ୍ରୀ ବଲିଉଡ ଗୀତକୁ ରିକ୍ରିଏଟ୍ କରନ୍ତି। ଏହା ବ୍ୟତୀତ ସେ ହିପ୍-ହପ୍ ଟ୍ରେନିଂ ମଧ୍ୟ ଦିଅନ୍ତି। ଏହି ୟୁଟ୍ୟୁବ୍ ଚ୍ୟାନେଲରେ ସେ ନିଜ ଡାନ୍ସ ଏକାଡେମୀର ଭିଡିଓ ମଧ୍ୟ ଅପଲୋଡ କରନ୍ତି।

   Related Posts