ଧୋନୀଙ୍କ ଅବସର ପରେ ଯୁବରାଜଙ୍କ ରିଆକ୍ସନ, ଭିଡିଓରେ ଦେଲେ ସୁନ୍ଦର ଭବିଷ୍ୟତର ଶୁଭେଚ୍ଛା, କହିଲେ ଆମ ପାର୍ଟନରସିପ୍ ସବୁବେଳେ ସ୍ମରଣୀୟ

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ, ୧୭|୦୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାପରେ ମାହିଙ୍କ କୋଟି କୋଟି ଫ୍ୟାନ୍ ନିରାଶ ହୋଇଯାଇଛନ୍ତି । ଅନେକ କ୍ରିକେଟର, ରାଜନେତା, ଅଭିନେତା ଆଦି ମାହିଙ୍କ ଉପଲବ୍ଧିକୁ ମନେ ପକାଇଛନ୍ତି । ତେବେ ଧୋନୀଙ୍କ ଅନେକ ଫ୍ୟାନ୍ ସୋସିଆଲ ମିଡିଆରେ ଯୁବରାଜ ସିଂଙ୍କ କୌଣସି ସନ୍ଦେଶ ନଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଯୁବରାଜ ମାହିଙ୍କ ଅବସରକୁ ନେଇ ପୋଷ୍ଟ୍ କରନ୍ତୁ ବୋଲି ପ୍ରଶଂସକମାନେ ଚାହିଁଥିଲେ ।

wp:html /wp:html

ଶେଷରେ ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ଅଲରାଉଣ୍ଡର ଯୁବରାଜ ସିଂ ରବିବାର ରାତିରେ ସୋସିଆଲ ମିଡିଆରେ ଧୋନୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ସେ ମାହିଙ୍କ ସହ ବିତାଇଥିବା କିଛି ଭିଡିଓ ସେୟାର କରିଛନ୍ତି । ୫୮ସେକେଣ୍ଡର ଭିଡିଓରେ ଉଭୟଙ୍କର ଅନେକ ଫଟୋ ଓ ପାର୍ଟନରସିପର ଝଲକ ଦେଖିବାକୁ ମିଳିଛି ।

ଯୁବରାଜ ଟ୍ୱିଟରରେ ଲେଖିଛନ୍ତି ଯେ, ଧୋନୀଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା । ଦେଶ ପାଇଁ ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଟ୍ରଫି ସମୟରେ ଅନେକ ଆନନ୍ଦ ଉଠାଇଥିଲେ । ଷ୍ଟାଡିୟମରେ ଧୋନୀଙ୍କ ସହ ପାର୍ଟନରସିପ୍ ଅନ୍ୟତମ ।

ଧୋନୀ ଯୁବରାଜ ଦୀର୍ଘ ଦିନ ଧରି ଭାରତୀୟ ମଧ୍ୟକ୍ରମକୁ ଶକ୍ତିଶାଳୀ କରି ରଖିଥିଲେ । ଉଭୟ ଦିନିକିଆରେ ପାର୍ଟନରସିପ୍ କରି ୩୦୦୦ରୁ ଅଧିକ ରନ୍ କରିଛନ୍ତି । ଏହାର ଆଭରେଜ୍ ପ୍ରାୟ ୫୨ ରହିଛି ।

ଯୁବରାଜ ସୁରେଶ ରାଇନାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଶୁଭକାମନା ଜଣାଇଛନ୍ତି । ୩୩ ବର୍ଷୀୟ ରାଇନା ରବିବାର ହିଁ ମାହିଙ୍କ ଅବସର ଘୋଷଣା ପରେ କ୍ରିକେଟରୁ ଅଲବିଦା କହିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.