ଖାସ ଅନ୍ଦାଜରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୁବରାଜ

Published By : Prameya-News7 Bureau | January 31, 2021 IST

ମୁମ୍ବାଇ ୩୧/୦୧ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କର ଆଜି ୪୬ତମ ଜନ୍ମଦିନ। ସେ ବହୁ ଦିନ ହେଲା ଫିଲ୍ମ ଜଗତରୁ ଦୁରେଇ ଯାଇଛନ୍ତି। ବର୍ତ୍ତମାନ ସେ ନିଜ ସ୍ୱାମୀଙ୍କ ସହ ଆମେରିକାରେ ରହୁଛନ୍ତି।

{"id":401548,"sizeSlug":"large","linkDestination":"none"}

କିନ୍ତୁ ଏବେ ବି ସୋସିଆଲ୍ ମିଡ଼ିଆରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି। ସୋସିଆଲ୍ ମିଡ଼ିଆରେ ଜନ୍ମଦିନ ଅବସରରେ ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ପ୍ରଶଂସକ ଓ ସେଲିବ୍ରିଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ପ୍ରୀତିଙ୍କ ନିକଟ ବନ୍ଧୁ ତଥା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ପୂର୍ବତନ କ୍ୟାପଟେନ୍ ଯୁବରାଜ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। 

{"id":401550,"sizeSlug":"large","linkDestination":"none"}

ଯୁବରାଜ ପ୍ରୀତିଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଟ୍ୱିଟ୍ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି, "ହାପି ବର୍ଥଡେ Pzed! ଗାଲର ଡିମ୍ପଲ୍ ସବୁବେଳେ ଏମିତି ଥାଉ। ଆଗାମୀ ବର୍ଷ ତୁମ ପାଇଁ ବହୁତ ସୁଖମୟ ହେଉ। ଅନେକ ଅନେକ ସ୍ନେହ ଓ ଶୁଭକାମନା।"

wp:embed {"url":"https://twitter.com/YUVSTRONG12/status/1355746305792851969","type":"rich","providerNameSlug":"twitter","responsive":true,"className":""}
https://twitter.com/YUVSTRONG12/status/1355746305792851969
/wp:embed

ପ୍ରୀତି ଜିଣ୍ଟା ଆଇପିଏଲରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ମାଲିକ। ଆଇପିଏଲ୍ ସମୟରେ ପ୍ରୀତି ସବୁବେଳେ ଆକ୍ଟିଭ୍ ରୁହନ୍ତି। ସେତେବେଳେ ତାଙ୍କ ଅନ୍ଦାଜ୍ ଦେଖିବା ଯୋଗ୍ୟ ହୋଇଥାଏ।

{"id":401547,"sizeSlug":"large","linkDestination":"none"}

ପ୍ରୀତି ଜିଣ୍ଟାଙ୍କୁ ଶେଷଥର ୨୦୧୮ରେ 'ଭୈୟା ଜି ସୁପରହିଟ' ଫିଲ୍ମରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିଥିଲା। ବଲିଉଡ୍ ଫିଲ୍ମ 'ଦିଲ ସେ'ରୁ ପ୍ରୀତି ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା। ହିନ୍ଦୀ ଫିଲ୍ମ ଛଡା ପ୍ରୀତି ତେଲୁଗୁ, ପଞ୍ଜାବୀ ଓ ଇଂଲିଶ ଫିଲ୍ମରେ ବି ଅଭିନୟ କରିଛନ୍ତି।

{"id":401552,"sizeSlug":"large","linkDestination":"none"}

ବଲିଉଡରେ 'ସୋଲଜର୍', 'କ୍ୟା କେହନା', 'ଚୋରୀ ଚୋରୀ ଚୁପକେ ଚୁପକେ', 'ଦିଲ ଚାହତା ହୌ', 'କୋଇ ମିଲ୍ ଗୟା', 'କଲ୍ ହୋ ନା ହୋ', 'ଫର୍ଜ', 'ବୀର୍ ଜାରା', 'ସଲାମ୍ ନମସ୍ତେ', 'କଭି ଅଲବିଦା ନା କେହନା' ଭଳି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.