ପୁଣି କ୍ରିକେଟ୍‌ ମଇଦାନକୁ ଓହ୍ଲାଇବେ ସିକ୍ସର କିଙ୍ଗ୍‌, ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ ଯୁବରାଜ

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ, ୦୨।୧୧: ଭାରତୀୟ କ୍ରିକେଟ୍‌ ଜଗତରେ ସିକ୍ସର କିଙ୍ଗ୍‌ କହିଲେ କ୍ରିକେଟର୍‌ ଯୁବରାଜ ସିଂହଙ୍କୁ ବୁଝାଏ । ଟିମ୍‌ ଇଣ୍ଡିଆ ସଫଳତାର ଆଉ ଜଣେ ଯୋଦ୍ଧା । ହେଲେ ଦୁଇ ବର୍ଷ ତଳେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରିଥିବା ବେଳେ ଏବେ ପୁଣିଥରେ କ୍ରିଜ୍‌କୁ ଓହ୍ଲାଇବାକୁ ସଙ୍କେତ ଦେଇଛନ୍ତି । ୨୦୧୧ ୱାର୍ଲ୍ଡ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବରାଜ ସୋସିଆଲ୍‌ ମିଡିଆରେ ସେ ସମୟର ଏକ ଭିଡିଓ ପୋଷ୍ଟ କରି ଫେବୃଆରୀ ୨୦୨୨ରେ ପୁଣିଥରେ ଫିଲ୍ଡରେ ପଦାର୍ପଣ କରିବା ନେଇ ଉଲ୍ଲେଖ କରିଛନ୍ତି ।

ଯୁବରାଜଙ୍କ ଏହି ଭବିଷ୍ୟବାଣୀ କେତେ ଫଳପ୍ରଦ ହେଉଛି ତାହା ଆଗକୁ ଦେଖିବେ କ୍ରିକେଟ୍‌ ପ୍ରେମୀ । କିନ୍ତୁ ବର୍ତ୍ତମାନ ଯୁବି ଯେଉଁ ଭିଡିଓଟି ପୋଷ୍ଟ କରିଛନ୍ତି ତାହା ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୫୦ ରନ୍‌ର ପାଳି । ଭିଡିଓଟିରେ ଯୁବି ବ୍ୟାଟିଂ କରୁଥିବା ବେଳେ ଏଥିରେ ସେ ‘ତେରି ମିଟି’ ଗୀତ ସହ ଏଡିଟ୍‌ କରି ଯୋଡ଼ିଛନ୍ତି । ସୋସିଆଲ୍‌ ମିଡିଆରେ ନିଜ ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ଯେ, “ଆପଣଙ୍କ ଲକ୍ଷ୍ୟସ୍ଥଳ ଭଗବାନ ସ୍ଥିର କରିଛନ୍ତି । ଲୋକଙ୍କ ଭଲପାଇବା ପାଇଁ ମୁଁ ଆଉଥରେ ପୁନଃର୍ବାର ଫେବୃଆରୀ ୨୦୨୨ ହାତରେ ବ୍ୟାଟ୍‌ ଧରି ପଡ଼ିଆକୁ ଓହ୍ଲାଇବେ । ଏହାଠାରୁ ବଡ଼ ଅନୁଭବ ମୋ ପାଇଁ ଆଉ କିଛି ନାହିଁ । ମୁଁ ଏଥିପାଇଁ ସମସ୍ତଙ୍କ ପାଖରେ କୃତଜ୍ଞ ବୋଲି ସେ ଉଲ୍ଲେଖ କରିଛନ୍ତି । “

wp:html
/wp:html

ଯୁବରାଜ ସିଂହଙ୍କ ଅନ୍ତର୍ଜାତୀୟ କ୍ୟାରିୟର୍‌

ଯୁବରାଜ ସିଂ ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୪ଟି ODI ଏବଂ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୧ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୭ ଶତକ ଏବଂ ୭୧ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଯେତେବେଳେ ଯୁବରାଜ ତାଙ୍କର ସମ୍ପୂର୍ଣ୍ଣ ଫର୍ମରେ ଥିଲେ, ପ୍ରତିପକ୍ଷ ଦଳ ତାଙ୍କୁ ଅଟକାଇବାକୁ ଜୋର୍‌ ଲାଗାଇ ଦେଉଥିଲେ । ୧୧ ହଜାରରୁ ଅଧିକ ରନ୍ ସ୍କୋର କରିବା ବ୍ୟତୀତ ସେ ୧୪୮ଟି ୱିକେଟ୍ ମଧ୍ୟ ନେଇଛନ୍ତି । ଯେଉଁଥିରେ ସେ ଚମତ୍କାର ବୋଲିଂ କରି ଦୁଇଟି ମ୍ୟାଚ୍‌ରେ ୪ଟି ଲେଖାଏଁ ୱିକେଟ୍ ଏବଂ ଥରେ ୫ଟି ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.