ପୁଣି ଚାଲିବ ଯୁବରାଜଙ୍କ ବ୍ୟାଟ୍, ଏହି ଦେଶ ତରଫରୁ ପଡିଆକୁ ଓହ୍ଲାଇବେ
8/09/2020 at 3:05 PM

ନୂଆଦିଲ୍ଲୀ, ୦୮୦୬ ଯୁବରଜା ସିଂ ଭାରତୀୟ କ୍ରିକେଟ ଦଳରୁ ଅବସର ନେଇ ସାରିଛନ୍ତି । ସେ ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ତେବେ ସେ ପୁଣି ଥରେ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସେ କ୍ରିକେଟ ଅଷ୍ଟ୍ରେଲିଆଗ ବିଗ୍ ବାସ୍ ଲିଗରେ ଖେଳିବେ ବୋଲି କୁହାଯାଉଛି ।
ତେବେ ବିସିସିଆଇ ବିବିଏଲରେ କୌଣସି ଖେଳାଳିଙ୍କୁ ଅନୁମତି ପ୍ରଦାନ କରିନଥାଏ .। ଅର୍ଥାତ ଯେଉଁ ଯାଏଁ ଜଣେ ଖେଳାଳି ଅବସର ନେଇ ନାହାଁନ୍ତି ସେବେଯାଏଁ କେହି ବିବିଏଲରେ ଖେଳିପାରିବେ ନାହିଁ । ଏହି ଲିଗରେ ଖେଳିବାକୁ ହେଲେ ଅବସର ନେବାକୁ ପଡିବ ।
୩୮ ବର୍ଷୀୟ ଯୁବରାଜ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିଲେ । ତେଣୁ ସେ ବିଦେଶ ଲିଗ୍ରେ ଖେଳିପାରିବେ । ସିଡନୀ ମର୍ଣ୍ମିଂ ହେରାଲ୍ଡର ରିପୋର୍ଟ ଅନୁସାରେ, ଯୁବରାଜଙ୍କ ମ୍ୟାନେଜର କହିଛନ୍ତି ଯେ, କ୍ରିକେଟ ଅଷ୍ଟ୍ରେଲିଆ ଫ୍ରାଞ୍ଚାଇଜ୍ ସନ୍ଧାନ କରୁଛି । ଏହି ଫ୍ରାଞ୍ଚାଇଜ୍ ଯୁବରାଜଙ୍କ ଉପରେ ଫୋକସ୍ କରିବ । ସେହି ଫ୍ରାଞ୍ଚାଇଜ୍ ତରଫରୁ ଯୁବରାଜ ଲିଗରେ ଖେଳିବେ ।
ସୂଚନାଯୋଗ୍ୟ, ଏହି ବାମହାତୀ ବ୍ୟାଟସମ୍ୟାନ୍ ୩୦୪ଟି ଦିନିକିଆ ଖେଳି ୮୭୦୧ ରନ୍ କରିଥିବା ବେଳେ ୧୧୧ଟି ଓ୍ୱେକଟ୍ ନେଇଛନ୍ତି । ଏହାସହ ସେ ୪୦ଟି ଟେଷ୍ଟ୍ ମ୍ୟାଚ୍ ଓ ୫୮ଟି ଟି୨୦ ଖେଳିଛନ୍ତି ।