ୟୁବରାଜ ସିଂଙ୍କ ସ୍ତ୍ରୀ ହାଜେଲ୍ କରାଇଲେ ନାକ ସର୍ଜରୀ : ହୋଇଥିଲା ଏହି ରୋଗ

Published By : Prameya-News7 Bureau | April 02, 2019 IST

ମୁମ୍ବାଇ ୨/୪: କ୍ରିକେଟର ୟୁବରାଜ ସିଂଙ୍କ ପତ୍ନୀ ଅଭିନେତ୍ରୀ ହାଜେଲ କିଚ ସୋଶିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାଆନ୍ତି। କିନ୍ତୁ ଗତ ମାସରୁ ସେ ସୋଶିଆଲ ମିଡିଆରୁ ଗାୟବ ହୋଇଯାଇଥିଲେ। ଏବେ ହାଜେଲ ନିଜ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ ସେ ଏତେ ଦିନ କେଉଁଠି ଗାୟବ ହୋଇଯାଇଥିଲେ।

{"id":99427,"width":586,"height":490}

ପ୍ରକୃତରେ ମେଡିକାଲ ଚିକିତ୍ସା ପାଇଁ ସେ ଏତେ ଦିନ ପ୍ରଶଂସକଙ୍କ ଗହଣରେ ନଜର ଆସି ନଥିଲେ। ହାଜେଲ କହିଥିଲେ ଏକ ସର୍ଜରୀ ପାଇଁ ତାଙ୍କୁ ଗାୟବ ହେବାକୁ ପଡ଼ିଥିଲା।

{"id":99428,"width":594,"height":446}

ହାଜେଲ କହିଛନ୍ତି ମାସେ ଆଗରୁ ସେ ନାକର ସର୍ଜରି କରିଥିଲେ କାରଣ ତାଙ୍କୁ ନିଃଶ୍ବାସ ନେବାରେ ସମସ୍ୟା ହୋଇଥିଲା। ଏହା କୈାଣସି ଗମ୍ଭୀର ସମସ୍ୟା ନୁହେଁ ତଥାପି ଠିକ୍ ସମୟରେ ଏହାର ଚିକିତ୍ସା ହୋଇଯାଇଥିଲା।

{"id":99429,"width":592,"height":338}

ହାଜେଲ୍ ନିଜ ଶାଶୁଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ ତାଙ୍କ ସହ ସେ ହସ୍ପିଟାଲ ଚେକଅପ୍ କରିବାକୁ ଯାଇଥିଲେ ବୋଲି ତାଙ୍କ ସମସ୍ୟା ବିଷୟରେ ଜଣା ପଡ଼ିଥିଲା। ତାଙ୍କ ନାକ ଭିତରେ ବଡ଼ କ୍ଷତି ହୋଇଥିଲା,ଏବେ ତାଙ୍କ ନାକ ପୂରାପୂରି ନୂଆ ହୋଇଯାଇଛି। ସେ ଆରାମରେ ନିଃଶ୍ବାସ ନେଇ ପାରୁଛନ୍ତି।

{"id":99430,"width":594,"height":459}

ହାଜେଲ କହିଛନ୍ତି ସର୍ଜରି ଯୋଗୁଁ ତାଙ୍କ ବ୍ୟାୟାମ କରିବା ବନ୍ଦ ହୋଇଯାଇଥିଲା। ଏଥିପାଇଁ ତାଙ୍କ ଓଜନ ପୂର୍ବ ଅପେକ୍ଷା ବଢ଼ି ଯାଇଛି। ଏଥିପାଇଁ ସେ ନିଜ ଶାଶୁଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛନ୍ତି କାରଣ ତାଙ୍କ ଆଶୀର୍ବାଦ ପାଇଁ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

{"id":99431,"width":592,"height":400}

ହାଜେଲ୍ ୨୦୧୨ମସିହାରେ କରୀନା କପୁର ଏବଂ ସଲମାନ ଖାନଙ୍କ ସହ ‘ବଡିଗାର୍ଡ଼’ରେ ନଜର ଆସିଥିଲେ। ୨୦୧୬ମସିହାରେ ହାଜେଲ ୟୁବରାଜ ସିଂଙ୍କୁ ବିବାହ କରିଥିଲେ।   

{"id":99432,"width":591,"height":332}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.