କାନାଡା ପ୍ରିମିୟର ଲିଗ: ପ୍ରଥମ ମ୍ୟାଚ୍ ରେ ଯୁବରାଜଙ୍କ ନିରାଶାଜନକ ପ୍ରଦର୍ଶନ, ଜାଣନ୍ତୁ କ'ଣ କହିଲେ ଫ୍ୟାନ୍

Published By : Prameya-News7 Bureau | July 26, 2019 IST

ଟୋରେଣ୍ଟୋ: ରିଟାୟରମେଣ୍ଟ ଘୋଷଣା କରିବା ପରେ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟସମ୍ୟାନ ଯୁବରାଜ ସିଂଙ୍କୁ  ପୁଣି ମୈଦାନରେ ଦେଖାଯାଇଛି। ଏବେ ସେ ଗ୍ଲୋବାଲ କାନାଡା ଟି-୨୦ ମ୍ୟାଚ୍ ଖେଳୁଛନ୍ତି। ଭାଙ୍କୋଭର ନାଇଟସ୍ ବିପକ୍ଷରେ ଯୁବୀ ଟୋରେଣ୍ଟୋ ନ୍ୟାସନାଲ ପକ୍ଷରୁ କ୍ୟାପ୍ଟେନ ଭାବେ ଖେଳୁଥିବା ବେଳେ ପ୍ରଥମ ମ୍ୟାଚ୍ ରେ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରି ନପାରିବା ଏବେ ତାଙ୍କ ଫ୍ୟାନଙ୍କୁ ନିରାଶ କରିଛି। ଏଣୁ ତାଙ୍କ ଫ୍ୟାନମାନେ ତାଙ୍କୁ ସୋସାଲ ମିଡିଆରେ ଖୁବ୍   ଟ୍ରୋଲ କରୁଛନ୍ତି। ଏପରିକି କେତେକ କ୍ରିକେଟ ପ୍ରେମୀ କମେଣ୍ଟ ବକ୍ସରେ ତାଙ୍କୁ  ଏବେ ଅବସର ନେଇ ନେବା ଉଚିତ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

{"id":137557}

ଏହି ମ୍ୟାଚ୍ ରେ ଯୁବରାଜ ୨୭ଟି ବଲ ଖେଳି ମାତ୍ର ୧୪ ରନ କରିଛନ୍ତି। ଏହି ଇନିଂସରେ ସେ ଛକ୍କା ଦୂରର କଥା ଗୋଟିଏ ହେଲେ ଚୌକା ମଧ୍ୟ ମାରି ପାରିନାହାନ୍ତି। ତେବେ ଏହି ମ୍ୟାଚ୍ ପୂର୍ବରୁ ଯୁବୀ ସୋସାଲ ସାଇଟରେ ତାଙ୍କ ଫ୍ୟାନମାନଙ୍କୁ ‘ ପୁଣି ସେହି ଅନ୍ଦାଜରେ ମୁଁ ଆପଣମାନଙ୍କ ପାଇଁ ଖୁବ୍ ଶୀଘ୍ର ଛକ୍କା, ଚୌକା  ବର୍ଷା କରୁଥିବାର ଦେଖା ଯିବି’ ବୋଲି ଉଲ୍ଲେଖ କରିଥିଲେ। ହେଲେ ଆରମ୍ଭରୁ ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁ  ଏଭଳି ଟ୍ରୋଲ ହୋଇଛନ୍ତି।

{"id":137562}

ଏହି ମ୍ୟାଚ୍ ରେ କ୍ରିସ ଗେଲ ଭାଙ୍କୋଭରର ଅଧିନାୟକ ଥିଲେ। ଏଣୁ ମ୍ୟାଚ୍ କୁ ଗେଲ ବନାମ ଯୁବରାଜ ସିଂ କୁହାଯାଉଥିବା ବେଳେ ଯୁବୀଙ୍କ  ଟିମ୍ ରେ ବ୍ରେଣ୍ଡେନ ମ୍ୟାକୁଲ୍ଲମ, କିରୋନ ପୋଲାର୍ଡ ଓ ମିଚେଲ ମେକ୍ଲେଘନଙ୍କ ଭଳି ଖେଳାଳି ମଧ୍ୟ ଥିଲେ। ସେହିପରି ଗେଲଙ୍କ ଟିମରେ ଆନ୍ଦ୍ରେ ରସେଲ, ଟିମ୍ ସାଉଥୀ ଓ ଶୋୟବ ମଲ୍ଲିକଙ୍କ ଭଳି ଦିଗ୍ଗଜ କ୍ରିକେଟରମାନେ ଖେଳୁଥିଲେ। ଏଣୁ କ୍ରିକେଟ ପ୍ରେମୀ ଏହି ମ୍ୟାଚକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ଉଭୟ ଯୁବରାଜ ଓ ଗେଲଙ୍କ  ପ୍ରଦର୍ଶନ ନିରାଶାଜନକ ରହିଛି।  ମ୍ୟାଚ୍ ରେ ଗେଲ ମାତ୍ର ୧୦ଟି ବଲ୍ ଖେଳିପାରିଥିବା ବେଳେ ୧୨ ରନ କରି ଆଉଟ୍ ହୋଇ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.