Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବାପାଙ୍କ ଭୁଲ ପାଇଁ କ୍ଷମା ମାଗିଲେ ଯୁବରାଜ ସିଂ, କହିଲେ- ‘ଆମ ଦୁଇଜଣଙ୍କ ଭାବନା ସମାନ ନୁହେଁ’

12/12/2020 at 11:08 AM

ନୂଆଦିଲ୍ଲୀ, ୧୨|୧୨:  ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପିତା ଯୋଗରାଜ ସିଂଙ୍କ ବିବାଦୀତ ବୟାନ ପାଇଁ କ୍ଷମା ମାଗିଛନ୍ତି । ଯୋଗରାଜ କୃଷକ ଆନ୍ଦୋଳନ ସମର୍ଥନରେ ହିନ୍ଦୁଙ୍କ ବିରୋଧରେ ଅପମାନଜନକ ପ୍ରତିକ୍ରିୟା ଦେଇଥିଲେ । ଯାହାକୁ ନେଇ ବିବାଦ ଘନେଇଥିଲା । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଗିରଫଦାରୀ ପାଇଁ ଦାବି ହୋଇଥିଲା । ଏହି ପ୍ରସଙ୍ଗରେ ଯୁବରାଜ ସିଂ ନିଜ ପିତାଙ୍କ ଭାବନା ତାଙ୍କ ସହ ସମାନ ନୁହେଁ ବୋଲି କହିଛନ୍ତି ।

ଯୁବରାଜ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ସେ ଏହି ଦେଶର ମହାନ ପୁଅ । ତାଙ୍କର ଓ ପିତାଙ୍କର ବିଚାରଦାରା ସମ୍ପୂର୍ଣ୍ଣ ଭିନ୍ନ । ସେ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବା ବଦଳରେ ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ସଫଳ ହେଉ ବୋଲି ପ୍ରାର୍ଥନା କରିବେ । ଏପରିକି ସବୁ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଆଲୋଚନାରେ ସମାଦାନ କରିହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଯୋଗରାଜ କୃଷକଙ୍କ ଆନ୍ଦୋଳନର ସମର୍ଥନ କରିବାକୁ ଦିଲ୍ଲୀରେ ପହଁଚିଥିଲେ । ଏହି ସମୟରେ ସେ ଭାଷଣ ମଧ୍ୟ ଦେଇଥିଲେ । ଏହି ଭାଷଣରେ ସେ ଶବ୍ଦର ମର୍ଯ୍ୟାଦା ଭୁଲି ଯାଇଥିଲେ । ଏପରିକି ସେ ହିନ୍ଦୁଙ୍କୁ ଧୋକାବାଜ ବୋଲି କହିଥିଲେ । ମହିଳାଙ୍କୁ ନେଇ ମଧ୍ୟ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ ଯୋଗରାଜ । ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ଗିରଫ ପାଇଁ ଦାବି ଜୋର୍ ଧରିଥିଲା ।

   Related Posts