ବିସିସିଆଇ ଉପରେ ବର୍ଷିଲେ ଯୁବରାଜ, କହିଲେ -'ମୋତେ କ୍ରିକେଟ ବୋର୍ଡ ଅଣପେଷାଦାର ଡଙ୍ଗରେ ବ୍ୟବହାର କରିଛି, ହରଭଜନ-ସେହ୍ୱାଗ ଓ ଜାହିରଙ୍କୁ ମଧ୍ୟ ଖରାପ ଭାବେ କରିଛି ବ୍ୟବହାର'

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ, ୨୭|୦୭ : ବିସିସିଆଇ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂ । ହରଭଜନ ସିଂ, ବିରେନ୍ଦ୍ର ସେହ୍ୱାଗ, ଜାହିର ଖାନଙ୍କ ପ୍ରତି ବିସିସିଆଇ ନ୍ୟାୟ କରିନାହିଁ ବୋଲି କହିଛନ୍ତି ଯୁବରାଜ ସିଂ ।

ଯୁବରାଜ କହିଛନ୍ତି ଯେ, ବିସିସିଆଇ ତାଙ୍କର ପୂର୍ବତନ ସାଥି ଖେଳାଳିଙ୍କ ଠିକ୍ ଭାବେ ପରିଚାଳନା କରିପାରିଲା ନାହିଁ । ଫଳରେ ସେମାନଙ୍କ କ୍ୟାରିଅରର ଅନ୍ତ ଭଲ ଭାବେ ହୋଇପାରି ନଥିଲା । ତେବେ ବୋର୍ଡ ଆଗକୁ ଏପରି କରିବ ନାହିଁ । ମ୍ୟାଚ୍ ଓ୍ୱିନରମାନଙ୍କୁ ସୁଯୋଗ ଦେବ ବୋଲି ଆଶା ରହିଛି । କିପରି କାହାକୁ ଫେୟାରଓ୍ୱେଲ୍ ଦିଆଯିବ ତାହା ସେ ନିଜେ କହିବେ ନାହିଁ । ବିସିସିଆଇ ଏହି ନିଷ୍ପତ୍ତି ନେବ । ତେବେ ତାଙ୍କ କ୍ୟାରିଅରର ଯେପରି ଅନ୍ତ ହେଲା ତାହା ଠିକ୍ ନଥିଲା । ସେହିପରି ହରଭଜନ ସିଂ, ଜାହିର ଖାନ୍, ବିରେନ୍ଦ୍ର ସେହ୍ୱାଗଙ୍କୁ ମଧ୍ୟ ବିସିସିଆଇ ଉଚିତ ବ୍ୟବହାର ଦେଖାଇ ନାହିଁ । ତେବେ ଏହା ଏବେ ଭାରତୀୟ କ୍ରିକେଟରେ ଚାଲିଛି । ପୂର୍ବରୁ ମଧ୍ୟ ସେ ଏପରି ଦେଖିଛନ୍ତି । ତେଣୁ ସେ ଏତେ ଚକିତ ହୋଇନାହାଁନ୍ତି ।

ଯୁବରାଜ ଭାରତୀୟ ଦଳ ପାଇଁ ପ୍ରାୟ ୧୯ ବର୍ଷ ଖେଳିଛନ୍ତି  । ତାଙ୍କୁ ଫେୟାରଓ୍ୱେଲ୍ ଗେମ୍ ଖେଳିବା ପାଇଁ ସୁଯୋଗ ଦିଆଯାଇ ନଥିଲା । ସେହ୍ୱାଗ, ଜାହିର ଖାନ କିମ୍ବା ହରଭଜନ ସିଂଙ୍କୁ ମଧ୍ୟ ଫେୟାରଓ୍ୱେଲ ମ୍ୟାଚ ଖେଳିବାକୁ ସୁଯୋଗ ମିଳିନି । ସେ ୨୦୧୭ରେ ଓ୍ୱେଷ୍ଟଇଣ୍ଡିଜ୍ ଗସ୍ତରେ ଶେଷ ଥର ପାଇଁ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିଲେ । ସେହିବର୍ଷ ଜାନୁଆରୀରେ ସେ କଟକର ବାରବାଟୀରେ ୧୫୦ ରନର ଲଢୁଆ ଇନିଂସ ଖେଳିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.