ଫୁସଫୁସ କ୍ୟାନସରରେ ପୀଡିତ ସଞ୍ଜୟ ଦତ୍ତଙ୍କ ପାଇଁ ଯୁବରାଜ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା, କହିଲେ- ସଞ୍ଜୟ ତୁମେ ଫାଇଟର

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୦୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଫୁସଫୁସ କର୍କଟରେ ପୀଡିତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ୨୦୦୭ ଟି-୨୦ ବିଶ୍ଵ କପ୍ ଓ ୨୦୧୧ ଦିନିକିଆ ବିଶ୍ଵକପରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଯୁବରାଜ ସିଂହ ସଞ୍ଜୟ ଦତ୍ତଙ୍କୁ ଫାଇଟର କହିଛନ୍ତି। ଏହା ସହିତ ସଞ୍ଜୟ ଦତ୍ତଙ୍କ ଶୀଘ୍ର ସୁସ୍ଥ ହେବାର କାମନା ମଧ୍ୟ କରିଛନ୍ତି।

ସୂଚନା ଅନୁଯାୟୀ ସଞ୍ଜୟ ଦତ୍ତ ଫୁସଫୁସ କର୍କଟର ଚିକିତ୍ସା ପାଇଁ ଆମେରିକା ଯିବେ। ସେ ସୋମବାର ଲୀଲାବତି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ହସ୍ପିଟାଲ ସୂତ୍ର ଅନୁଯାୟୀ ଯେବେ ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲ ଅଣାଯାଇଥିଲା, ତାଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେଉଥିଲା। ଶରୀରରେ ଅମ୍ଳଜାନର ସ୍ତର ବହୁତ କମ ଥିଲା। ଯେବେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଲା ଏହା ପରେ କର୍କଟ ସମ୍ବନ୍ଧିତ ଯାଞ୍ଚ ପାଇଁ ନିଆଯାଇଥିଲା। ତାଙ୍କ କ୍ୟାନସର ରିପୋର୍ଟ ପଜିଟିଭ୍ ଆସିଥିଲା। ସୂଚନାଯୋଗ୍ୟ ସଞ୍ଜୟ ଦତ୍ତାଙ୍କ ମା ନରଗିସ ଏବଂ ତାଙ୍କ ପ୍ରଥମ ପତ୍ନୀ ଋଚା ଶର୍ମା ମଧ୍ୟ କର୍କଟ ରୋଗରେ ପୀଡିତ ଥିଲେ। ଏହି ଦୁରାଗ୍ୟ ରୋଗରେ ହିଁ ଉଭୟଙ୍କ ଦେହାନ୍ତ ଘଟିଥିଲା।

wp:html /wp:html

ଯୁବରାଜ ସିଂହ ନିଜର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସଞ୍ଜୟ ଦତ୍ତଙ୍କ ପ୍ରତି ଲେଖିଛନ୍ତି, ଆପଣ ଅଛନ୍ତି ଏବଂ ସର୍ବଦା ଜଣେ ଯୋଦ୍ଧା ହୋଇ ରହିବେ ସଞ୍ଜୟ ଦତ୍ତ। ମୋତେ ଜଣା ଯେ ଏମିତି ସ୍ଥିତିରେ କେମିତି ଯନ୍ତ୍ରଣା ହୁଏ, ମାତ୍ର ଏହା ମଧ୍ୟ ଜାଣିଛି ଯେ ଆପଣ ମଜବୁତ ଏବଂ ଏହି କଠିନ ସମୟକୁ ମଧ୍ୟ ଅତିକ୍ରମ କରି ଯିବେ। ଆପଣଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ମୋର ପ୍ରାର୍ଥନା ଓ ଶୁଭକାମନା।

ଉଲ୍ଲେଖଯୋଗ୍ୟ, ଯୁବରାଜ ସିଂହ ମଧ୍ୟ ୨୦୧୨ରେ ଫୁସଫୁସ କର୍କଟରେ ସଂଘର୍ଷ କରୁଥିଲେ। ସେ ଆମେରିକାରେ ନିଜର ଚିକିତ୍ସା କରାଇଥିଲେ ଏବଂ ଏହି ଗମ୍ଭୀର ରୋଗକୁ ମାତ୍‌ ଦେବାରେ ସଫଳ ହୋଇଥିଲେ। ସେ ଏହି ରୋଗୁ ମୁକ୍ତି ପାଇ ଭାରତୀୟ କ୍ରିକେଟ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ମ୍ୟାଚ୍ ବିଜୟୀ ଇନିଂସ ମଧ୍ୟ ଖେଳିଥିଲେ। ଯୁବରାଜ ସିଂହ ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ। ନମ୍ବର ୪ରେ ବ୍ୟାଟିଂ କରି ସେ ଭାରତକୁ ବହୁତ ସ୍ମରଣୀୟ ବିଜୟ ଦେଇଛନ୍ତି। ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ଯେବେ ତାଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍‌ ଆଓ୍ଵାର୍ଡ ମିଳିଲା ସେହି ସମୟରେ ସେ ଦୃଶ୍ୟ ବହୁତ ଉପଭୋଗ୍ୟ ଥିଲା। ଏହାର କିଛି ମାସ ପରେ ତାଙ୍କୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳରେ ଚୟନ କରାଯାଇନଥିଲା। ଏହା ପରଠୁ ସେ ଆଉ ଦଳକୁ ଫେରି ପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.