କ୍ୟାନସରକୁ ପରାଜିତ କରିଥିବା ଯୁବରାଜ କରୋନା ପୀଡ଼ିତଙ୍କ ପାଇଁ ଦେଲେ ୫୦ଲକ୍ଷ

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୯/୪: ଏହି ମହାମାରୀ ସହ ଲଢ଼େଇ କରିବା ପାଇଁ ଅଧିକାଂଶ ଭାରତୀୟ ଜୋରସୋରରେ ଅଂଶଗ୍ରହଣ କରୁଛନ୍ତି। ଆପଣ ଦେଖିଥିବେ କେତେକ ଭାରତୀୟ କ୍ରିକେଟର କରୋନା ବିରୁଦ୍ଧରେ ଏହି ଲଢ଼େଇରେ ନିଜ ତରଫରୁ ସାହାଯ୍ୟ କରିଥିଲେ। ଏଥିରେ ଭାରତୀୟ ଟିମର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିଜ ୨ବର୍ଷର ଦରମା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରେ ଦାନ କରିଥିଲେ। ଏହା ବ୍ୟତୀତ ସେ ଏକ କୋଟି ଟଙ୍କା ମଧ୍ୟ ଦାନ କରିଛନ୍ତି। ସଚିନ ତେନ୍ଦୁଲକର ୫୦ଲକ୍ଷ,ସୁରେଶ ରୈନା ୫୨ଲକ୍ଷ,ରୋହିତ ୮୦ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହା ଛଡ଼ା ଅନ୍ୟ କ୍ରିକେଟରମାନେ ମଧ୍ୟ ନିଜ ତରଫରୁ ଦାନ କରିଛନ୍ତି।

{"id":251514,"sizeSlug":"large"}

ଗତବର୍ଷ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଦିଗ୍ଗଜ କ୍ରିକେଟର ଏବଂ ସିକ୍ସର କିଙ୍ଗ୍ ଯୁବରାଜ ସିଂହ ମଧ୍ୟ କରୋନା ବିରୋଧରେ ଏହି ଲଢ଼େଇରେ ନିଜ ତରଫରୁ ୫୦ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରେ ଦେଇଛନ୍ତି।

{"id":251515,"sizeSlug":"large"}

ଯୁବରାଜ ସିଂହ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ୍ କରି ଲେଖିଛନ୍ତି ଯେ ଯେତେବେଳେ ଆମେ ଏକଜୁଟ ହୋଇଥାଉ ସେତେବେଳେ ଆମେ ମଜବୁତ ହୋଇଥାଉ। ସେ ଆଜି ରାତି ୯ଟାରେ ୯ମିନିଟ୍ ପାଇଁ ଏକ ମହମବତୀ ଜଳାଇବେ। ଆପଣମାନେ ତାଙ୍କ ସହ ଅଛନ୍ତି କି?

{"id":251516,"sizeSlug":"large"}

ଏକଜୁଟତାର ଏହି ମହାନ୍ ଦିନରେ ସେ ତାଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରେ ୫୦ଲକ୍ଷ ଟଙ୍କା ଦାନ କରୁଛନ୍ତି। ଦୟା କରି ଆପଣ ମଧ୍ୟ ଦାନ କରନ୍ତୁ। ଏହା ସହିତ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଥିଲେ।

{"id":251517,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.