'ହୃଦୟ ଭାଙ୍ଗିଦେଇଥିଲେ ଯୁବରାଜ', କାହିଁକି ଏମିତି କହିଲେ କୈଫ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ, ୨୧|୦୪: ଯୁବରାଜ ସିଂ ଓ ମହମ୍ମଦ କୈଫଙ୍କ ନାଁ ଯେତେବେଳେ ସାମ୍ନାକୁ ଆସେ ସେତେବେଳେ ୨୦୦୨ରେ ଖେଳାଯାଇଥିବା ନେଟଓ୍ୱେଷ୍ଟ୍ ସିରିଜର ଫାଇନାଲ କଥା ମନେପଡେ । ଯେଉଁ ମ୍ୟାଚରେ ଯୁବରାଜ ଓ କୈଫ ୩୨୬ ରନର ଲକ୍ଷ୍ୟକୁ ପିଛା କରି ଦଳକୁ ବିଜେତା କରାଇଥିଲେ । ଜୁଲାଇ ୧୩, ୨୦୦୨ ଭାରତୀୟ କ୍ରିକେଟ ପାଇଁ ବହୁତ ଖାସ ବୋଲି ପ୍ରମାଣିତ ହୋଇଥିଲା । ୧୮ ବର୍ଷ ପରେ ପୁଣି ଥରେ କୈଫ ଓ ଯୁବରାଜ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

କୈଫ ସେହି ମ୍ୟାଚକୁ ମନେ ପକାଇ କହିଛନ୍ତି ଯେ, ଯୁବରାଜ ଆଉଟ ହେବା ପରେ ଭାରତ ମ୍ୟାଚ ହାରିବ ବୋଲି ସେ ଭାବିଥିଲେ । କିନ୍ତୁ ଭାରତ ୨ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଯୁବରାଜ ୬୯ ରନ କରି ଏହି ମ୍ୟାଚରେ ସଙ୍କଟ ସମୟରେ କୈଫଙ୍କ ସହ ୧୨୧ ରନର ପାର୍ଟନରସିପ୍ ଯୋଡିଥିଲେ । ଏହି ପାର୍ଟନରସିପ୍ ସେହି ସମୟରେ ହୋଇଥିଲା ଯେତେବେଳେ ଭାରତ ୧୪୬ ରନରେ ୫ଟି ଓ୍ୱିକେଟ ହରାଇ ସାରିଥିଲା । କୈଫ ୮୭ ରନ କରି ନଟଆଉଟ ରହି ଦଳକୁ ବିଜୟୀ କରାଇଥିଲ ।

{"id":257700,"width":748,"height":561,"sizeSlug":"large"}

ଯୁବରାଜଙ୍କ ସହ ଏକ ଲାଇଭ୍ ଚାଟରେ କୈଫ କହିଛନ୍ତି ଯେ, ଯୁବରାଜ ଆଉଟ ହେବା ପରେ ଭାରତ ପରାସ୍ତ ହେବ ବୋଲି ତାଙ୍କୁ ଲାଗିଥିଲା । ସେ ସେଟ୍ ଥିଲେ ମଧ୍ୟ ଯଦି କେହି ସାଥ୍ ଦିଅନ୍ତି ତେବେ ଭାରତ ବିଜୟୀ ହେବ ବୋଲି ଆଶା ରହିଥିଲା । କିନ୍ତୁ ଯୁବରାଜ ଆଉଟ ହେବା ପରେ ତାଙ୍କ ହୃଦୟ ଭାଙ୍ଗିଯାଇଥିଲା । ତେବେ ଶେଷରେ ଭାରତ ମ୍ୟାଚ ଜିତି ନେଇଥିଲା । ଏହାପରେ ସୌରଭ ଗାଙ୍ଗୁଲି ଲର୍ଡସ୍ ଷ୍ଟାଡିୟମରେ ସାର୍ଟ ଖୋଲିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.