ଗିରଫ ହେବେ ଯୁବରାଜ ! ଚହଲଙ୍କ ପ୍ରତି ଦେଇଥିଲେ ଜାତିଆଣ ମନ୍ତବ୍ୟ

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ, ୦୪|୦୬: ଭାରତୀୟ କ୍ରିକେଟର ୟୁବରାଜ ସିଂ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି । ଏହି ମନ୍ତବ୍ୟ ଯୁବରାଜଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯୁବରାଜ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ସହ ଭିଡିଓ ଚାଟ୍ ବେଳେ ଚହଲଙ୍କ ପ୍ରତି ଜାତିଆଣ ଶବ୍ଦ ବ୍ୟବହାର କରିଥିଲେ । ଏହାପରେ ଦଳିତ କାର୍ଯ୍ୟକର୍ତ୍ତା ଓ ଆଇନଜୀବୀ ରଜତ କସଲମ୍ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ହରିୟାଣା ହିସାରରେ ସେ ଏହି ମାମଲା ଦାୟର କରିଛନ୍ତି । ତେବେ ରୋହିତଙ୍କ ସହ ଏହି ଚାଟ୍ ପୁରୁଣା ହେଲେ ମଧ୍ୟ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, ଲାଇଭ୍ ଚାଟରେ ରୋହିତ ଓ ଯୁବରାଜ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ । କୂଳଦୀପ ଚହଲ ଓ ଚହଲ କେତେ ସମୟ ଲାଇଭ୍ ରୁହନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯୁବରାଜ ଏହି ଦୁଇ ଖେଳାଳିଙ୍କ ପ୍ରତି ଜାତିଆଣ ଶବ୍ଦ ବ୍ୟବହାର କରିଥିଲେ । ସୋସିଆଲ ମିଡିଆରେ ୟୁଜରମାନେ ଏହାକୁ ବିରୋଧ କରିବା ପରେ ଯୁବରାଜ କ୍ଷମା ମାଗିଥିଲେ ।

{"id":281198,"width":839,"height":524,"sizeSlug":"large"}

ତେବେ ଆଇନଜୀବୀ ରଜତ କହିଛନ୍ତି ଯେ, ରୋହିତ ମଧ୍ୟ ଜଣେ ଅଭିଯୁକ୍ତ । କାରଣ ସେ ଯୁବରାଜଙ୍କ କଥା ଶୁଣି ହସୁଥିଲେ । ଏପରିକି ଯୁବରାଜଙ୍କୁ ଗିରଫ କରିବାକୁ ରଜତ ଦାବି କରିଛନ୍ତି । ପୋଲିସ ଅଧିକାରୀ ଲୋକେନ୍ଦ୍ର ସିଂଙ୍କ କହିବାନୁସାରେ, ସେ ଅଭିଯୋଗ ପାଇଛନ୍ତି । ଏହାକୁ ଡିଏସପି ସ୍ତରରେ ତଦନ୍ତ କରାଯାଉଛି । ଯଦି ଯୁବରାଜଙ୍କ ବିରୋଧରେ ପର୍ଯ୍ୟାପ୍ତ ମିଳେ ତେବେ ସେ ଅସୁବିଧାରେ ପଡିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.