Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କାହିଁକି ଶାନ୍ତିରେ ଶୋଇ ପାରୁନଥିଲେ ଯୁବରାଜ, କଣ ପାଇଁ ଏବେ ନିଶ୍ଚିନ୍ତ…?

21/06/2020 at 3:13 PM

ନୂଆଦିଲ୍ଲୀ, ୨୧|୦୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଗତ ଏକ ବର୍ଷ ହେଲା କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି । ୨୦୧୯ ମସିହା ଜୁନ ୨୦ ତାରିଖରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଏହାପରେ  କିନ୍ତୁ ସେ ଆଇପିଏଲରେ ନଜର ଆସିଥିଲେ । ତେବେ ସନ୍ୟାସକୁ ନେଇ ସେ କେବେ ଅନୁଶୋଚନା କରିନାହାଁନ୍ତି ବୋଲି କହିଛନ୍ତି । ପୂର୍ବାପେକ୍ଷା ଏବେ ସେ ଅଧିକ ରିଲାକ୍ସ ଅଛନ୍ତି ବୋଲି କହିଛନ୍ତି ।

ଗୌରବ କପୁରଙ୍କ ‘୨୨ ୟର୍ସ’ ସୋରେ ଯୁବରାଜ କହିଛନ୍ତି ଯେ, ସେ ଅବସର ନେବା ପରେ ଶାନ୍ତିରେ ଶୋଇପାରୁଛନ୍ତି । ସେ ନିଜକୁ ସ୍ୱାଧିନ ମନେ କରୁଛନ୍ତି । ସେ ଦିନେ ଏପରି ଏକ ପର୍ଯ୍ୟାୟରେ ଥିଲେ ଯେତେବେଳେ କ୍ରିକେଟ ତାଙ୍କୁ ମାନସିକ ଭାବେ କୌଣସି ସାହାଯ୍ୟ କରୁନଥିଲା । ସେ ଅତି କଷ୍ଟରେ ଖେଳୁଥିଲେ । ଅବସର ନେବା ଉଚିତ ନା ନାହିଁ ପ୍ରଶ୍ନ ମଧ୍ୟ ମନକୁ ଆସିଥିଲା । ଏପରିକି ପ୍ରାୟ ୨ରୁ ୩ ମାସ ଧରି ବିଭିନ୍ନ କାରଣ ପାଇଁ ଘରେ ବସିବାକୁ ହେଉଥିଲା । ଏପରିକି ପରିବାରକୁ ମଧ୍ୟ ସମୟ ଦେଇପାରୁ ନଥିଲେ ।

୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପରେ ଭାରତର ବିଜୟରେ ହିରୋ ସାଜିଥିବା ଏହି ବାମହାତୀ ଅଲରାଉଣ୍ଡର ଅନେକ ଥର କ୍ରିକେଟ ଷ୍ଟାଡିୟମକୁ ମିସ୍ କରୁଥିବା କହିଛନ୍ତି । କିନ୍ତୁ ସେ ଆଉ ଫେରିବାକୁ ଚାହୁଁନାହାଁନ୍ତି । କାରଣ ସେ ଯାହା ହାସଲ କରିଛନ୍ତି ସେଥିରେ ସନ୍ତୁଷ୍ଟ ରହିବାକୁ ଚାହାଁନ୍ତି ।

ସେ ଆହୁରି କହିଛନ୍ତି ଯେ, ବେଳେବେଳେ ଖେଳକୁ ମିସ୍ କରନ୍ତି । କିନ୍ତୁ ବେଶୀ ମିସ୍ କରନ୍ତି ନାହିଁ । କାରଣ ସେ ଦୀର୍ଘ ସମୟ ଧରି ଖେଳିଛନ୍ତି । ସେ ନିଜକୁ ଧନ୍ୟ ମନେକରନ୍ତି । ଏହି ଖେଳ ତାଙ୍କୁ ସମ୍ମାନ ଦେଇଛି । ଅବସର ପରେ ସେ କାନାଡା ଗ୍ଲୋବାଲ ଟି୨୦ ଲିଗରେ ନଜର ଆସିଥିଲେ ।

   Related Posts