ଟେଷ୍ଟରେ କମ୍‌ ସୁଯୋଗ ମିଳିବାର ଯନ୍ତ୍ରଣା ବଖାଣିଲେ ଯୁବରାଜ, କହିଲେ- ୭ ବର୍ଷ ୧୨ ତମ ଖେଳାଳି ହୋଇ ରହିଗଲି

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨/୫: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଟିମ୍‌ ଇଣ୍ଡିଆକୁ ଅନକେ ମ୍ୟାଚ୍‌ରେ ବିଜୟୀ କରିଛନ୍ତି। ଭାରତୀୟ ଟିମ୍‌ର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କଥା ଆସିଲେ ଯୁବରାଜଙ୍କ ନାଁ ଆସେ। ଯୁବରାଜ ୨୦୦୭ ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଓ୍ବାର୍ଲଡ୍‌ କପ୍‌ରେ ଟିମ୍‌ ପକ୍ଷରୁ ଖେଳିଥିଲେ। ଟିମ୍‌ ଇଣ୍ଡିଆକୁ ଚାମ୍ପିୟନ କରିବାରେ ଯୁବରାଜଙ୍କ ବଡ଼ ଭୂମିକା ଥିଲା। ଯୁବରାଜ ୧୭ ବର୍ଷ କ୍ରିକେଟ କ୍ୟାରିୟରରେ ୩୦୪ ଦିନିକିଆ ଏବଂ ୫୮ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ସେ ଦିନିକିଆରେ ୮୭୦୧ ରନ ଏବଂ ଟି-୨୦ରେ ୧୧୭୭ ରନ୍‌ କରିଛନ୍ତି। ଓ୍ବାନଡେ ଏବଂ ଟି ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ କରିଥିବା ଯୁବରାଜଙ୍କୁ ଟେଷ୍ଟ ଖେଳିବାକୁ କମ୍‌ ମଉକା ମିଳିଥିଲା। ୩୯ ବର୍ଷୀୟ ଯୁବରାଜ ୨୦୦୩ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ସେ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ ।  ଯୁବରାଜ ୪୦ ଟେଷ୍ଟ ମ୍ୟାଚ୍‌ରେ ୧୯୦୦ ରନ୍‌ କରିଛନ୍ତି ଏବଂ ୯ ଓ୍ବିକେଟ ନେଇଛନ୍ତି।

ଟେଷ୍ଟ ମ୍ୟାଚରେ କମ୍‌ ମଉକା ମିଳିବାର ଦୁଃଖ ବଖାଣିଛନ୍ତି ଯୁବି। ନିକଟରେ ସେ କରିଥିବା ଟ୍ବିଟ୍‌ ତାଙ୍କର ଜୀବନ୍ତ ଦରଦକୁ ବୟାନ କରୁଛି। ଓ୍ବିଜଡନ୍‌ ଇଣ୍ଡିଆ ଯୁବରାଜଙ୍କ ଫଟୋ ଟ୍ବିଟ୍‌ କରି ଫ୍ୟାନ୍ସଙ୍କୁ ପ୍ରଶ୍ନ କରିଛି ଏହି ଖେଳାଳି ନାଁ କହିବାକୁ । ଓ୍ବିଜଡନ୍‌ର ଏହି ଟ୍ବିଟ୍‌ ଉପରେ ଯୁବରାଜଙ୍କ ନଜର ପଡ଼ିଛି। ସେ ରିପ୍ଲାଏ ମଧ୍ୟ ଦେଇଛନ୍ତି। 

wp:embed {"url":"https://twitter.com/WisdenIndia/status/1395039794858762240","type":"rich","providerNameSlug":"twitter","responsive":true,"className":""}
https://twitter.com/WisdenIndia/status/1395039794858762240
/wp:embed

ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟକୁ ଟାର୍ଗେଟ କରି ଯୁବରାଜ ଟ୍ବିଟ୍‌ କରି ଲେଖିଛନ୍ତି, ‘ଆଗାମୀ ଜନ୍ମ ଏମିତି ହେଉ, ଯେତେବେଳେ ମୁଁ ୭ ବର୍ଷ ପର୍ଯ୍ୟନ୍ତ ୧୨ ତମ ଖେଳାଳି ହେବି ନାହିଁ।’ ଭାରତୀୟ ଟିମ୍‌ରେ ଯୁବରାଜ ଖେଳୁଥିବା ବେଳେ ସେତେବେଳେ ଟିମ୍‌ରେ ସିଚିନ ତେନ୍ଦୁଲକର,ବିରେନ୍ଦ୍ର ସେହ୍ବାଗ, ସୌରଭ ଗାଙ୍ଗୁଲି, ଭିଭିଏସ୍‌ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡ଼ଙ୍କ ଭଳି ଖେଳାଳି ଥିଲେ। ଏହି ଖେଳାଳି ସବୁ ଖେଳୁଥିବା ବେଳେ ସେହି ସମୟକୁ ଭାରତୀୟ କ୍ରିକେଟର ଗୋଲ୍ଡେନ ଏରା କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.