Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ବାପା ହେବେ ଯୁବରାଜ ! ହେଜେଲ୍‌ଙ୍କ ଭିଡିଓ ଭାଇରାଲ ପରେ ହେଉଛି ଚର୍ଚ୍ଚା

4/03/2021 at 2:32 PM

ନୂଆଦିଲ୍ଲୀ ୦୪।୦୩ : ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପିତା ହେବାକୁ ଯାଉଛନ୍ତି । ବିରାଟ କୋହଲିଙ୍କ ନିକଟରେ ବାପା ହୋଇଛନ୍ତି । ଏବେ ଯୁବରାଜ ସିଂହଙ୍କ ପାଳି ପଡିଛି । ଯାହାକି ଏବେ ସୋସିଆଲ୍‌ ମିଡିଆରେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଖବର ଅନୁଯାୟୀ, ଯୁବରାଜ ସିଂହ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଯୁବରାଜ ଏବଂ ତାଙ୍କ ପତ୍ନୀଙ୍କ କିଛି ନିକଟତମ ବନ୍ଧୁ ଥିବାର ନଜର ଆସିଥିଲେ । ଯୁବରାଜ ନିଜ ପତ୍ନୀ ହେଜେଲ୍‌ଙ୍କ ଜନ୍ମଦିନ ସେଲିବ୍ରେଟ୍‌ କରୁଥିଲେ । ଜନ୍ମଦିନର ଶୁଭେଚ୍ଛା ଲେଖି ଏହି ଭିଡିଓଟି ପୋଷ୍ଟ କରିଛନ୍ତି ଯୁବରାଜ ।

ତେବେ ପୋଷ୍ଟ ହୋଇଥିବା ଭିଡିଓରେ ଯୁବରାଜଙ୍କ ପତ୍ନୀ ହେଜେଲ ଗର୍ଭବତୀ ଥିବାର ଚର୍ଚ୍ଚା ହେଉଛି । ଏପିରିକି ଫ୍ୟାନ୍ସମାନେ ଯୁବରାଜଙ୍କୁ ହେଜେଲ ଗର୍ଭବତୀ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବରାଜ କି ହେଜେଲ ଗର୍ଭବତୀ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ତେଣୁ ହେଜେଲ ଗର୍ଭବତୀ ଥିବା ଖବର ଏବେ ବି ଚର୍ଚ୍ଚାରେ ଅଛି ।  ସେହିପରି ଅନେକ ଫିଲ୍ମ ଷ୍ଟାର, କ୍ରିକେଟର ମଧ୍ୟ ହେଜେଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜର କ୍ରିକେଟ୍‌ କ୍ୟାରିୟର ଓ ଲଭ ଲାଇଫ ନେଇ ଯୁବରାଜ ସିଂହ ସଦାସର୍ବଦା ଚର୍ଚ୍ଚାରେ ରହିଆସିଥାନ୍ତି । ବଲିଉଡ଼ର ଅନେକ ଅଭିନେତ୍ରୀଙ୍କ ସହିତ ତାଙ୍କର ଲଭ ଲାଇଫ୍‌ ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷରେ ସେ ଅଭିନେତ୍ରୀ ହେଜେଲ୍‌ଙ୍କୁ ବିବାହ କରିଥିଲେ ।

ସେହିପରି ନିଜ କ୍ରିକେଟ୍‌ କ୍ୟାରିୟରରେ ମଧ୍ୟ ଅନେକ ଉତ୍‌ଥାନପତ୍ତନର ସାମ୍ନା କରିବାକୁ ପଡିଛି । ୨୦୧୧ ବିଶ୍ୱକପ୍‌ରେ ପରେ ଯୁବରାଜଙ୍କୁ କ୍ୟାନସର ହୋଇଥିଲା । କିନ୍ତୁ ସେ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢେଇ କରି ବିଜୟୀ ହୋଇଥିଲେ, ଏବଂ କ୍ୟାନସର ଭଳି ରୋଗରୁ ସୁସ୍ଥ ହୋଇ ପୁଣି ଥରେ ପଡିଆକୁ ଓହ୍ଲାଇଥିଲେ ।

   Related Posts