ଶେଷରେ ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂହ ବଦଳାଇଲେ ନିଜ ମତ, କହିଲେ ସେ ମଧ୍ୟ ଧୋନୀଙ୍କ ବଡ ଫ୍ୟାନ୍

Published By : Prameya-News7 Bureau | July 24, 2019 IST

ନୂଆଦିଲ୍ଲୀ୨୪|୭: ମହେନ୍ଦ୍ର ସିଂହ ଧୋନୀ କହିଲେ ଲୋକେ କ୍ରିକେଟ୍‌ ବୁଝନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ୱିକେଟକିପର ଏବଂ ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ କିଏ ବା ନଜାଣେ। ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଧୋନୀ ନିଜ ଖେଳ ପାଇଁ ସାରା ବିଶ୍ବରେ ପରିଚିତ। ୩୮ ବର୍ଷ ବୟସ୍କ ଧୋନୀ କେବଳ କ୍ରିକେଟ୍‌ ପାଇଁ ଚର୍ଚ୍ଚିତ ନୁହଁନ୍ତି। ସେ ଜଣେ ଏମିତି ଖେଳାଳୀ ଯିଏ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ଦିଲ୍‌ରେ ରାଜ କରନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଧୋନୀଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଅଛି। ଏଥିପାଇଁ ପ୍ରତିଷ୍ଠିତ କ୍ରିକେଟ୍‌ ତାରକା ଧୋନୀ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

{"id":136907}

ତେବେ ତାଙ୍କ ପ୍ରଶଂସକଙ୍କ ତାଲିକାରେ ଏବେ ଆଉ ଜଣଙ୍କ ନାଁ ସାମିଲ ହୋଇଛି। ସେ ହେଉଛନ୍ତି ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ। ସେ ନିଜେ ସ୍ବୀକାର କରିଛନ୍ତି ଯେ, ସେ ଧୋନୀଙ୍କର ବହୁତ ବଡ ଫ୍ୟାନ୍‌। ଯୋଗରାଜ ସିଂହ ସେହି ଲୋକଙ୍କ ମଧ୍ୟରୁ ଜଣେ ଯିଏ ଧୋନୀଙ୍କୁ ଜମା ପସନ୍ଦ କରନ୍ତି ନାହିଁ। ନିକଟକେ ଧୋନୀଙ୍କ ସମ୍ପର୍କରେ ସେ ବହୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ବିଶ୍ବକପ ସରିବା ପରେ ପରେ ଧୋନୀଙ୍କ ବାବଦରେ ବହୁ ଗୁମର ଖୋଲିବେ ବୋଲି କହିଥିଲେ । କିନ୍ତୁ ଏବେ ଏକ ସାକ୍ଷାତକାରରେ ତାଙ୍କର ଏଭଳି ବକ୍ତବ୍ୟ ଅନେକଙ୍କୁ ଆଚମ୍ବିତ କରିଛି।  

{"id":136908}

ଯୋଗରାଜ କହିଛନ୍ତି ଯେ, ଧୋନୀ କେବେଠୁ ଦେଶର ସେବା କରୁଛନ୍ତି। ସେ ଜଣେ ବହୁତ ବଡ ଖେଳାଳୀ। ସେଥିପାଇଁ ଯୋଗରାଜ ଧୋନୀଙ୍କୁ ପସନ୍ଦ କରନ୍ତି । ଧୋନୀ କ୍ୟାପଟେନ୍‌ ଥିବା ସମୟରେ ଭାରତ ଅନେକ କିଛି ହାସଲ କରିଛି। ଏହା ସହ ସେ କହିଛନ୍ତି ଯେ, ଜୀବନରେ ସବୁବେଳେ ଏମିତି କାମ କରିବା ଉଚିତ୍‌ ଯେଉଁଥିପାଇଁ ଲୋକେ ଆପଣଙ୍କୁ ପସନ୍ଦ କରିବେ।

{"id":136910}

 ନିଜ ସାଙ୍ଗ ସାଥିମାନଙ୍କୁ ଖେଳରେ କେବେ ଧୋକା ଦେବା ଅନୁଚିତ୍‌ ବୋଲି ଯୋଗରାଜ ଏହି ସାକ୍ଷାତକାରରେ କହିଛନ୍ତି। ଯୋଗରାଜ ଏହା ମଧ୍ୟ କହିଛନ୍ତି ଯେ, ଯୁବ ଖେଳାଳୀମାନଙ୍କୁ ଉଚିତ୍‌ ସୁଯୋଗ ଦେବା ଜରୁରୀ। ଋଷବ ପନ୍ଥ ଭଳି ଯୁବ ଖେଳାଳୀଙ୍କୁ ଏବେ ସୁଯୋଗ ଦେବା କଥା। ଆଗାମୀ ୱାଲର୍ଡକପ୍‌ର ପ୍ରସ୍ତୁତି ଏବେଠୁ ଆରମ୍ଭ କରିବା ଉଚିତ୍‌ ବୋଲି ଯୋଗରାଜ କହିଛନ୍ତି।  

{"id":136909}

ଯୋଗରାଜ ସିଂହ ନିଜ ପୁଅ ଯୁବରାଜ ସିଂହଙ୍କ କ୍ରିକେଟ କ୍ୟାରିଅର ନଷ୍ଟ ହେବା ପଛରେ ଧୋନୀଙ୍କ ହାତ ଥିବା କହନ୍ତି। କେବଳ ସେତିକି ନୁହେଁ, ଅନେକ ଥର ସେ ମିଡିଆରେ ମାହିଙ୍କ ବିରୋଧରେ ବହୁତ କଥା କହିଛନ୍ତି। ଏବେ ୱାଲର୍ଡକପ୍‌ ସରିବା ପୂର୍ବରୁ ସେ କହିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ସରିବା ପରେ ସେ ଧୋନୀଙ୍କୁ ଏକ୍ସପୋଜ କରିବେ। କିନ୍ତୁ ମିଡିଆରେ ସେ ନିଜକୁ ଧୋନୀଙ୍କ ଫ୍ୟାନ୍‌ କହିବାରେ ନଜର ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.