Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବିରାଟ୍ କୋହଲିଙ୍କ ଠାରୁ ଦୁଇଗୁଣା ଅଧିକ ମହଙ୍ଗା ଘର କିଣିଛନ୍ତି ଯୁବରାଜ୍ : ଦାମ୍ ଶୁଣି ଚକିତ ହୋଇଯିବେ

2/06/2020 at 12:31 PM

ମୁମ୍ବାଇ ୦୨/୦୬ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂହ ବିରାଟ କୋହଲିଙ୍କ ଠାରୁ ଦୁଇଗୁଣ ଅଧିକ ମହଙ୍ଗା ଘର କିଣିଛନ୍ତି | ଦୁଇଥର ୱାର୍ଲଡକପ ଜିତିଥିବା ଅଲରାଉଣ୍ଡର ଯୁବରାଜ ସିଂହ ବର୍ତ୍ତମାନ କୋହଲିଙ୍କ ପଡୋଶୀ ହେବାକୁ ଯାଉଛନ୍ତି | କୋହଲି ରହୁଥିବା ବିଲଡିଙ୍ଗରେ ହିଁ ଯୁବରାଜ ସିଂହ ଘର କିଣିଛନ୍ତି | ଯୁବରାଜ ସିଂହ ମୁମ୍ବାଇ ବର୍ଲି ସ୍ଥିତ ଓମକାର ୧୯୭୩ ଟାୱାରରେ ଘର କିଣିଛନ୍ତି | କୋହଲି ୨୦୧୬ ମସିହାରେ ଓମକାର ଟାୱାରରେ ଘର କିଣିଥିଲେ | କୋହଲିଙ୍କ ଘର ୩୫ ଫ୍ଲୋରରେ ରହିଛି | ଯୁବରାଜ ସିଂହ ୨୯ ଫ୍ଲୋରରେ ଘର କିଣିଛନ୍ତି | ଯୁବରାଜଙ୍କ ଘର ୧୬ ହଜାର ସ୍କ୍ୱାୟରଫୁଟ ବିଶିଷ୍ଟ |

ଯୁବରାଜ ସିଂହଙ୍କ ଘର କୋହଲିଙ୍କ ଘର ଠାରୁ ପାଖାପାଖି ଦୁଇଗୁଣ ଅଧିକ ମହଙ୍ଗା | ଆର୍କିଟେକଚରାଲଡାଇଜେଷ୍ଟ.ଇନ ର ଏକ ରିପୋର୍ଟ ଅନୁଯାୟୀ, ଯୁବରାଜ ଏହି ଘର ୬୪ କୋଟି ଟଙ୍କାରେ କିଣିଛନ୍ତି | ଆପାର୍ଟମେଣ୍ଟର ପ୍ରତି ସ୍କ୍ୱାୟରଫୁଟ ପାଇଁ ୟୁବି ୪୦ ହଜାର ଟଙ୍କା ଦେଇଛନ୍ତି | ବିରାଟ କୋହଲି ୩୪ କୋଟି ଟଙ୍କାରେ ଓମକାର ଆପାର୍ଟମେଣ୍ଟରେ ଘର କିଣିଥିଲେ |

ଭାରତୀୟ କ୍ରିକେଟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ମୁମ୍ବାଇର ବର୍ଲି ଅଞ୍ଚଳରେ ରୁହନ୍ତି | ରୋହିତ ଶର୍ମା ୨୦୧୭ ମସିହାରେ ଘର କିଣିଥିଲେ | ତାଙ୍କ ଫ୍ଲାଟ ୬ ହଜାର ସ୍କ୍ୱାୟରଫୁଟ ବିଶିଷ୍ଟ | ତାଙ୍କ ଫ୍ଲାଟରୁ ଆରବ ସାଗରର ୨୭୦ ଡିଗ୍ରୀ ମନଲୋଭା ଦୃଶ୍ୟ ଦେଖାଯାଇଥାଏ |

ଭାରତୀୟ ଖେଳାଳିଙ୍କ ମଧ୍ୟରୁ ବିରାଟ କୋହଲି ଓ ରୋହିତ ଶର୍ମା ସବୁଠାରୁ ମହଙ୍ଗା ଘର କିଣିଥିଲେ | କିନ୍ତୁ ବର୍ତ୍ତମାନ ଯୁବରାଜ ଏମାନଙ୍କ ଠାରୁ ଆଗକୁ ବଢ଼ିଯାଇଛନ୍ତି | ଆସନ୍ତା ବର୍ଷ ସୁଦ୍ଧା ଯୁବରାଜ ନିଜ ପତ୍ନୀ ହେଜଲ କିଚଙ୍କ ସହ ଏହି ଆପାର୍ଟମେଣ୍ଟକୁ ସ୍ଥାନାନ୍ତର କରିପାରନ୍ତି ବୋଲି କୁହାଯାଉଛି |

   Related Posts