କ୍ରିକେଟକୁ ଯୁବରାଜ ସିଂଙ୍କ ଅଲବିଦା : ପ୍ରେସମିଟ୍ ଡାକି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା

Published By : Prameya-News7 Bureau | June 10, 2019 IST

ମୁମ୍ବାଇ ୧୦/୬: କ୍ରିକେଟକୁ ଆଲବିଦା କହିଲେ ଯୁବରାଜ ସିଂହ। ୪୦ଟି ଟେଷ୍ଟ ଓ ୩୦୪ ଏକଦିବସୀୟ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଯୁବରାଜ। ୨୦୧୧ ରେ ଭାରତ ବିଶ୍ବକପ ବିଜୟର ହିରୋ ଥିବା ଯୁବରାଜ ସିଂହ ନିଜ ଷ୍ଟାଇଲର ଖେଳ ପାଇଁ ଖୁବ ପପୁଲାର ଥିଲେ। ଆଜି ମୁମ୍ବାଇରେ ଏକ ପ୍ରେସ କନଫରେନ୍ ପରେ ସେ ନିଜର ଅବସର ଘୋଷଣା କରିଛନ୍ତି। ଲିମିଟେଡ ଫର୍ମାଟର ଧୁଆଁଧାର ବ୍ୟାଟସମ୍ୟାନ କିଛି ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ନେଇ ଚର୍ଚ୍ଚା ଜୋର ଧରିଛି।

{"id":121699,"width":597,"height":337}

ଯୁବରାଜ ଆଇସିସି ଅନୁମୋଦିତ ବିଦେଶୀ ଟି ଟ୍ବେଣ୍ଟି ଲିଗରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଯୁବରାଜ ସିଂ ୩୦୪ଟି ଦିନିକିଆରେ ୩୬.୫୫ ଆଭେରେଜରେ ୧୪ଟି ଶତକ ୫୨ଟି ଅର୍ଦ୍ଧଶତକ ସହ ମୋଟ ଆଠ ହଜାର ସାତଶହ ଏକ ରନ କରିଛନ୍ତି। ସେହିପରି ଯୁବରାଜ ୪୦ଟି ଟେଷ୍ଟ ମ୍ୟାଚରେ ୩୩.୯୨ ଆଭେରେଜରେ ୩ଟି ଶତକ ୧୧ଟି ଅର୍ଦ୍ଧଶତକ ସହ ମୋଟ ୧୯ଶହ ରନ କରିଛନ୍ତି। ଯୁବରାଜ ୫୮ଟି ଟି ଟ୍ବେଣ୍ଟି ମ୍ୟାଚରେ ୨୮.୨ ଆଭେରେଜରେ ୮ଟି ଅର୍ଦ୍ଧଶତକ ସହ ମୋଟ ଏଗାର ଶହ ୭୭ ରନ କରିଛନ୍ତି।

{"id":121700,"width":596,"height":392}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.