ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ ସପକ୍ଷରେ ଯୁବରାଜ ଓ ଆଫ୍ରିଦି, ଏହା ଆସେସ୍ ସିରିଜ୍‌ଠୁ ବି ଲୋକପ୍ରିୟ ହେବ

Published By : Prameya-News7 Bureau | February 12, 2020 IST

ମୁମ୍ବାଇ ୧୨।୦୨:  ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଗତ କିଛି ବର୍ଷ ହେବ ବନ୍ଦ ରହିଛି । ଦୁଇ ଦେଶ ମଧ୍ୟରେ ଯଦି ଖେଳ ହୁଏ ତେବେ ତାହା ଉଭୟଙ୍କ ପାଇଁ ଭଳ ବୋଲି କହିଛନ୍ତି ଦୁଇ ଜଣ ପୂର୍ବତନ ଖେଳାଳି  ସାହିଦା ଆଫ୍ରିଦି ଓ ଯୁବରାଜ ସିଂହ ।

ଆନ୍ତଃଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଦୁଇ ଖେଳାଳି ଯୁବରାଜ ସିଂହ ଓ ସାହିଦ ଆଫ୍ରିଦ ବର୍ତ୍ତମାନ ଦୁବାଇରେ କ୍ରିକେଟ ଖେଳୁଛନ୍ତି । ଦୁବାଇରେ ଆୟୋଜିତ ଏକ୍ସୋ-୨୦୨୦ରେ ଭାର ନେବା ପାଇଁ ଉଭୟ ଖେଳାଳି ଦୁବାଇରେ ଅଛନ୍ତି । ଗଣମାଧ୍ୟମ ସହିତ କଥା ହେବା ସମୟରେ କହିଛନ୍ତି ଦୁଇ ଖେଳାଳି । ଆଫ୍ରିଦିଙ୍କ ଅନୁସାରେ ଯଦି ଉଭୟ ଦେଶଙ୍କ ମଧ୍ୟରେ ଖେଳ ହୁଏ । ତାହା ଆସେସ୍‌ ସିରିଜ ଠାରୁ ବଡ ସିରିଜ ହେବ ବୋଲି କହିଛନ୍ତି । ସେହପରି ଭାରତୀୟ ଅଲରାଉଣ୍ଡର ଯୁବରଜ ସିଂହ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚ୍‌ ହେଉ , ତାହା ମୁଁ ବ୍ୟକ୍ତିଗତ ଭାବେ ଚାହେଁ । ଏହାଦ୍ବାରା ଉଭୟ ଦେଶଙ୍କ ମଧ୍ୟରେ ଖେଳ ବଢିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.