Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବରିଷ୍ଠଙ୍କୁ ଖାତିର କରୁନାହାଁନ୍ତି ଯୁବ କ୍ରିକେଟର, ରୋହିତଙ୍କ ପ୍ରଶ୍ନରେ ଏପରି ଜବାବ ଦେଲେ ଯୁବରାଜ

8/04/2020 at 10:22 AM

ନୂଆଦିଲ୍ଲୀ, ୦୮|୦୪:  ଭାରତୀୟ ଦଳରେ ଏବେ ତିନୋଟି ଫର୍ମାଟରେ ଖେଳିବା ପାଇଁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟତୀତ ଆଉ କେହି ରୋଲ୍ ମଡେଲ୍ ନାହାଁନ୍ତି । ଏବେ ଯୁବ ଖେଳାଳିମାନେ ସିନିଅର୍ସଙ୍କୁ ଅଧିକ ସମ୍ମାନ ଦେଉନାହାଁନ୍ତି । ଯୁବରାଜ ଏହା ରୋହିତଙ୍କୁ ଇନଷ୍ଟଗ୍ରାମ ଲାଇଭରେ କହିଛନ୍ତି । ବର୍ତ୍ତମାନ ଓ ଯୁବରାଜ ଖେଳୁଥିବା ଭାରତୀୟ ଦଳ ମଧ୍ୟରେ ଥିବା ଫରକକୁ ନେଇ ଉଭୟ ଖେଳାଳି ଆଲୋଚନା ମଧ୍ୟ କରିଥିଲେ ।

ଭାରତରେ ଏବେ ଲକଡାଉନ ଜାରି ରହିଛି । ବର୍ତ୍ତମାନ ସମସ୍ତ ଖେଳାଳି ନିଜନିଜ ଘର ମଧ୍ୟରେ ରହିଛନ୍ତି । ହିଟମ୍ୟାନ ରୋହିତ ଶର୍ମା ଏହା ପୂର୍ବରୁ ୟୁଜବେନ୍ଦ୍ର ଚହଲ ଓ ଜସପ୍ରିତ ବୁମରାହଙ୍କ ସହ ଇନଷ୍ଟାଗ୍ରାମରେ ଚାଟ୍ କରିଥିଲେ । ଏହି ସମୟରେ ରୋହିତ ନିଜର ପୁରୁଣା ସାଥୀ ଯୁବରାଜ ସିଂଙ୍କ ସହ ଆଲୋଚନା କରିଥିଲେ ।

ରୋହିତ ଯୁବରାଜଙ୍କୁ ଟି୨୦ ଓ ବିଶ୍ୱକପ ବିଜୟୀ ଦଳ ଓ ବର୍ତ୍ତମାନର ଦଳ ମଧ୍ୟରେ କଣ ଫରକ ରହିଛି ବୋଲି ପଚାରିଥିଲେ । ଏହାର ଜବାବ ଦେଇ ଯୁବରାଜ କହିଥିଲେ ଯେ, ଆଗରୁ ସିନିଅରମାନେ ବହୁତ ଅନୁଶାସିତ ଥିଲେ । ସେହି ସମୟରେ ସୋସିଆଲ ମିଡିଆ ନଥିଲା । କାହାର ଏକାଗ୍ରତା ଭାଙ୍ଗୁ ନଥିଲା । ଯୁବ ଖେଳାଳି ସିନିଅର୍ସମାନେ ମିଡିଆ ସହ କିପରି ଆଲୋଚନା କରୁଥିଲେ ତାହା ଦେଖୁଥିଲେ । କିନ୍ତୁ ଏବେ ସେମିତି ନାହିଁ । ଭାରତ ପାଇଁ ଖେଳିବା ସମୟରେ ସମସ୍ତେ ନିଜର ଛବି ଯେପରି ଖରାପ ନହୁଏ ନଜର ରଖିବା ଆବଶ୍ୟକ । ରୋହିତ ଓ ବିରାଟ ସମସ୍ତ ଫର୍ମାଟ ଖେଳିଥାନ୍ତି କିନ୍ତୁ ଅନ୍ୟମାନେ ଯିବା ଆସିବା କରିଥାନ୍ତି । ଆଗାମୀ ପିଢି ଟେଷ୍ଟ ମ୍ୟାଚ ଖେଳିବାକୁ ଚାହୁଁନଥିବା ସେ କହିଛନ୍ତି ।

   Related Posts