Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

‘ମୋ ବଦଳରେ ଧୋନୀଙ୍କୁ ଅଧିନାୟକ କରିଥିଲା ଟିମ୍’, କ୍ୟାରିଅର୍‌ର ଅନେକ ଅକୁହା କଥା କହିଲେ ଯୁବରାଜ…

11/06/2021 at 11:37 AM

ନୂଆଦିଲ୍ଲୀ, ୧୧/୦୬:  ଯୁବରାଜ ସିଂ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର । ସେ ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ବିଶ୍ୱକପ୍ ଟିମରେ ଦଳର ସଦସ୍ୟ ରହିଥିଲେ । ଏହି ବାମହାତୀ ବ୍ୟାଟସମ୍ୟାନ୍ ଉଭୟ ଟୁର୍ଣ୍ଣାମେଣ୍ଟରେ ଦମଦାର୍ ପ୍ରଦର୍ଶନ କରିଥିଲେ । ୨୦୧୯ ମସିହା ଜୁନ ୧୦ ତାରିଖରେ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ସେ ନିଜ କ୍ୟାରିଅର ସହ ଜଡିତ ଅନେକ ଗୁମର ଖୋଲିଛନ୍ତି ।

ଯୁବି ୨୨ ୟାର୍ଡସ୍ ଓ୍ୱିଥ୍ ଗୌରବ୍ କୁମାର ସୋ’ରେ କହିଛନ୍ତି ଯେ, ଭାରତ ୨୦୦୭ ଦିନିକିଆ ବିଶ୍ୱକପ ଲିଗ୍ ମ୍ୟାଚରୁ ବାଦ୍ ପଡିଥିଲା । ଏହାପରେ ଦଳ ଦକ୍ଷିଣ ଆଫ୍ରିକା ଓ ଆୟାର୍ଲାଣ୍ଡ ଗସ୍ତ କରିଥିଲା । ଏପରି ଭାବେ ୪ ମାସ ବିଦେଶରେ ରହିବାକୁ ପଡିଥିଲା । ଟି୨୦ ବିଶ୍ୱକପ ପୂର୍ବରୁ ସିନିଅର ଖେଳାଳିଙ୍କୁ ବ୍ରେକ୍ ଦିଆଯାଇଥିଲା । ଟି୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସେ ଅଧିନାୟକ ହେବେ ବୋଲି ଆଶା କରିଥିଲେ । କିନ୍ତୁ ପରେ ମହେନ୍ଦ୍ର ସିଂ ଧୋନୀ ଭାରତର ଅଧିନାୟକ ହେବେ ବୋଲି ଘୋଷଣା କରାଯାଇଥିଲା ।

୨୦୦୭ ଟି୨୦ ବିଶ୍ୱକପରେ ୬ ବଲରୁ ୬ ଛକା ନେଇ ସେ କହିଛନ୍ତି ଯେ, ପଡିଆରେ ତାଙ୍କୁ ଆଣ୍ଡ୍ର୍ୟୁ ଫ୍ଲିଣ୍ଟପ୍ ଧମକ ଦେଇଥିଲେ । ପାଖକୁ ଆସିଲେ ତୁମ ବେକ ଭାଙ୍ଗିଦେବେ ବୋଲି ଫ୍ରିଣ୍ଟପ କହିଥିଲେ । ଏହାପରେ ସେ ଷ୍ଟୁଆର୍ଟ ବ୍ରଡଙ୍କ ୬ ବଲରୁ ୬ ବିଶାଳ ଛକା ଲଗାଇଥିଲେ ।

ଅନେକ ସମୟରେ ଧୋନୀଙ୍କ ସହ ତାଙ୍କର ମତଭେଦ ଥିବା  ଚର୍ଚ୍ଚା ହୁଏ । କିନ୍ତୁ ଯୁବରାଜ ମାହିଙ୍କ ସହ ମତଭେଦକୁ ଖଣ୍ଡନ କରିଛନ୍ତି। ମାହିଙ୍କ ସହ କୌଣସି ତିକ୍ତତା ନଥିଲା । ସେ ଯେବେ ୬ ଛକା ଲଗାଇଥିଲେ ଧୋନୀ ଖୁବ୍ ଖୁସି ହୋଇଥିଲେ । ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଆଦି ସବୁ ଅଧିନାୟକଙ୍କୁ ପଡିଆରେ ସହଯୋଗ କରିଥିବା ଯୁବି କହିଛନ୍ତି ।

   Related Posts