Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

କରୋନା ଯୋଦ୍ଧାଙ୍କ ସହାୟତା ପାଇଁ ଆଗେଇ ଆସିଲେ ଯୁବରାଜ, ଦିଲ୍ଲୀକୁ ୧୫ହଜାର ଏନ୍‌୯୫ ମାସ୍କ ପଠାଇଲେ ଯୁବି

21/04/2020 at 9:46 AM

ନୂଆଦିଲ୍ଲୀ, ୨୧/୪: ଭାରତୀୟ କ୍ରିକେଟ୍ ଅଲରାଉଣ୍ଡର ଯୁବରାଜ ସିଂହ ଭାରତର କୋଭିଡ୍‌-୧୯ ଲଢ଼େଇରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେ ସୋସିଆଲ୍‌ ମିଡିଆରେ ନିୟମିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ପାଳନ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରି ଆସୁଛନ୍ତି । ଆଜି ସେ ଆଉଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଯୁବି ଦିଲ୍ଲୀ ସରକାରଙ୍କୁ ୧୫,୦୦୦ ଏନ୍‌୯୫ ମାସ୍କ ପ୍ରଦାନ କରିଛନ୍ତି । ସେ ଦିଲ୍ଲୀର କରୋନା ଯୋଦ୍ଧାମାନଙ୍କ (ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ) ପାଇଁ ଏହି ମାସ୍କ ପଠାଇଛନ୍ତି । ଯୁବିଙ୍କ ଏହି ପଦକ୍ଷେପକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ଯୁବରାଜ କହିଛନ୍ତି ଯେ , କୋଭିଡ୍‌-୧୯ ଲଢ଼େଇରେ ଦେଶରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ହେଉଛନ୍ତି ପ୍ରକୃତ ହିରୋ । ମୁଁ ଏବଂ ଟିମ୍‌ ‘ୟୁ ୱ କ୍ୟାନ୍‌’ ପକ୍ଷରୁ ଦିଲ୍ଲୀର କରୋନା ଯୋଦ୍ଧାଙ୍କ ପାଇଁ ଦିଲ୍ଲୀ ସରକାରଙ୍କୁ ୧୫,୦୦୦ ଏନ୍‌୯୫ ମାସ୍କ ପଠାଇଛୁ ।’ ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଯୁବରାଜଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ଯୁବରାଜ ଜୀ ଦିଲ୍ଲୀ ଆପଣଙ୍କ ସହଯୋଗ ପାଇଁ ଆଭାରି ହୋଇ ରହିବ । କ୍ୟାନସର ଭଳି ମାରାତ୍ମକ ରୋଗକୁ ତୁମେ ହରାଇଛ, ଏହି କଠିନ ସମୟରେ ଏହା ପ୍ରେରଣା ଯୋଗାଇବ । ଆମେ ସମସ୍ତେ ଏକାଠୀ ହୋଇ କରୋନାକୁ ହରାଇ ପାରିବା ।’ କେଜରିୱାଲଙ୍କ ଟ୍ୱିଟ୍‌ର ଉତ୍ତର ଦେଇ ଯୁବି ଧନ୍ୟବାଦ ଜଣାଇବାକୁ ଭୁଲି ନଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ଯୁବରାଜ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (କେୟାର୍ସ)କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଥିଲେ ।

   Related Posts