Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଜାତିଆଣ ମନ୍ତବ୍ୟ ମାମଲାରେ ଗିରଫ ହେଲେ ଅଭିନେତ୍ରୀ ୟୁବିକା ଚୌଧୁରୀ, ୩ ଘଣ୍ଟା ପଚରାଉଚରା ପରେ ଜାମିନ

19/10/2021 at 8:28 AM

ମୁମ୍ବାଇ ୧୯/୧୦: ‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ୟୁବିକା ଚୌଧୁରୀଙ୍କୁ ଗତକାଲି ହରିୟାଣା ପୋଲିସ ଗିରଫ କରିଛି। ଅଭିନେତ୍ରୀଙ୍କ ଉପରେ ଏସସି/ଏସଟି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ୟୁବିକା ଏକ ଭିଡିଓରେ ଅନୁସୂଚିତ ଜାତି ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏନେଇ ହାଂସି ଥାନା ପୋଲିସ ତାଙ୍କୁ ପ୍ରାୟ ତିନି ଘଣ୍ଟା ଧରି ପଚରାଉଚରା କରିଛି। ତେବେ ପରେ ତାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଅଭିନେତ୍ରୀଙ୍କ ଓକିଲ ଅଶୋକ ବିଷ୍ଣୁ ଗଣମାଧ୍ୟମକୁ କହିଛନ୍ତି, ‘ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମୋର କ୍ଲାଇଣ୍ଟ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି। ବର୍ତ୍ତମାନ ନଭେମ୍ବର ୨୪ ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।’

Yuvika Chaudhary issues video apology for using casteist slur, Prince  Narula comes to her support - Hindustan Times

ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ ମାସରେ ୟୁବିକା ତାଙ୍କ ସ୍ୱାମୀ ତଥା ଅଭିନେତା ପ୍ରିନ୍ସ ନରୁଲାଙ୍କ ସହ ଏକ ଭିଡିଓ କରିଥିଲେ। ଭିଡିଓରେ ସେ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଯେତେବେଳେ ମାମଲା ବଢିବାକୁ ଲାଗିଲା, ୟୁବିକା କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ସେ ସେହି ଶବ୍ଦର ଅର୍ଥ ଜାଣି ନାହାଁନ୍ତି। ଏହା ପରେ ଦଳିତ ଅଧିକାର କର୍ମୀ ରଜତ କଲସନ ଅନୁସୂଚିତ ଜାତି ଓ ଜନଜାତି ଆଟ୍ରୋସିଟି ଆକ୍ଟ ଅନୁଯାୟୀ ହାଂସିରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

   Related Posts