Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆରପାରିରେ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ୟୁସୁଫ୍ ହୁସେନ୍

30/10/2021 at 10:50 AM

ନୂଆଦିଲ୍ଲୀ ୩୦।୧୦ : ବଲିଉଡ ଚଳଚ୍ଚିତ୍ରରେ ସପୋର୍ଟିଂ ଭୂମିକାରେ ଅଭିନୟ କରିଥିବା ତଥା ଅନେକ ଟିଭି ଜଣାଶୁଣା ଚେହେରା ବା ଭେଟେରାନ୍ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ।  ଗତ କାଲି ତାଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ୟୁସୁଫ ହୁସେନଙ୍କ ଜ୍ୱାଇଁ ତଥା ଡାଇରେକ୍ଟର ହଂସଲ ମେହେତା ଏ ସମ୍ପର୍କରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇ ଗଭୀର ଶୋକ ପ୍ରକଟ କରିଛନ୍ତି। ଶ୍ୱଶୁରଙ୍କୁ ହରାଇବା ପରେ ହନସଲ ମେହେତା ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଶଶୁରଙ୍କ ସହ ବିତାଇଥିବା ସମସ୍ତ ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି। ଏନେଇ ହଂସଲ ମେହେତା ଟ୍ୱିଟ କରିଛନ୍ତି, ମୋ ଶ୍ୱଶୁର ତଥା ବାପା ସମାନ ଜଣାଶୁଣା ପ୍ରଡ୍ୟୁସର ତଥା ଆକ୍ଟର ୟୁସୁଫ ହୁସେନଙ୍କ ଦେହାନ୍ତ ହୋଇଯାଇଛି। ମୁଁ ସତରେ ଅନାଥ ହୋଇଗଲି। ଜୀବନ ଆଉ ଆଗ ପରି ରହିବ ନାହିଁ। ଗତ ରାତି ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସିବା ମାତ୍ରେ ବଲିଉଡ ତାରକାମାନେ ତାଙ୍କୁ ସମବେଦନା ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଅଭିନେତ୍ରୀ ପୂଜା ଭଟ୍ଟ, ଅଭିନେତା ଅଭିଷେକ ବଚ୍ଚନ, ମନୋଜ ବାଜପେୟୀ ଏହି ଅଭିନେତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି।

ୟୁସୁଫ ହୁସେନ ଟେଲିଭିଜନ ଜଗତରେ ସଫଳତା ପାଇବା ପରେ ୨୦୦୨ ମସିହାରେ ବଲିଉଡରେ ପାଦ ଥାପିଥିଲେ। ‘ଅବ କେ ବରଷ’ ଫିଲ୍ମ ଜରିଆରେ ସେ ବଡ଼ ପରଦାରେ ଏଣ୍ଟ୍ରି କରିଥିଲେ। ଏହାପରେ ସେ  ରଇସ୍, ଧୁମ୍-୨, ଦିଲ୍ ଚାହାତା ହେ, ରାଜ୍, ସାହିଦ୍, ଓଃ ମାଇ ଗଡ୍, ଦବଙ୍ଗ-୩  ଆଦି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ି ଦେଇଛନ୍ତି। ଏଥି ସହିତ ଟିଭିରେ ସେ ‘ସିଆଇଡି’, ‘କୁମ୍କୁମ୍’, ଭଳି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ। ୟୁସୁଫ୍ ହୁସେନ୍ ଶେଷ ଥର ପାଇଁ ୱେବ୍ ସିରିଜ୍ ହୋଷ୍ଟେସରେ ଡାକ୍ତର ଅଲି ଭାବରେ ନଜର ଆସିଥିଲେ।

   Related Posts