Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

‘ବଚପନ କା ପ୍ୟାର’…ନୂଆ ଭର୍ସନ, ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ଅପାରଶକ୍ତିଙ୍କ ସହ କଲେ ଭାଙ୍ଗଡା

1/08/2021 at 8:07 PM

ମୁମ୍ବାଇ ୦୧/୦୮ : ସୋସିଆଲ ମିଡିଆ ଅନେକ ଲୋକଙ୍କୁ ରାତାରାତି ଇଣ୍ଟରନେଟ୍ ସେନସେସନ କରିଦେଇଛି। ରାନୁ ମଣ୍ଡଳଙ୍କୁ ତ ଆପଣ ନିଶ୍ଚୟ ମନେରଖିଥିବେ। ବର୍ତ୍ତମାନ ଇଣ୍ଟରନେଟ ସେନସେସନ ପାଲଟିଛନ୍ତି ‘ବଚପନ କା ପ୍ୟାର’ ଗୀତଥିବା ଭାଇରାଲ ବଏ। ଭାଇରାଲ ବଏ ସହଦେଵ ସମଗ୍ର ଦେଶରେ ଏକ ସ୍ଥାନ ସୃଷ୍ଟି କରିଛନ୍ତି। ବଲିଉଡ ସେଲିବ୍ରିଟିମାନେ ଏହାକୁ ନେଇ ଅନେକ ପୋଷ୍ଟ କରୁଛନ୍ତି। ନିକଟରେ ଜଣାଶୁଣା ଅଭିନେତା ତଥା ଗାୟକ ଅପାରଶକ୍ତି ଖୁରାନା ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ତଥା ପ୍ରତିଭାବାନ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା ମିଶି ଏକ ଭିଡିଓ କରିଛନ୍ତି। ଏହି ଭିଡିଓରେ ଦୁହେଁ ଏକ ମଜାଦାର ଶୈଳୀରେ ଭାଙ୍ଗଡା କରୁଥିବା ନଜର ଆସିଛନ୍ତି।

ଉଭୟ ଅପାରଶକ୍ତି ଖୁରାନା ଏବଂ ଧନଶ୍ରୀ ବର୍ମା ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଗୀତରେ ଡ୍ୟାନ୍ସ କରିଥିବା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଧନଶ୍ରୀ ଅପାରଶକ୍ତିଙ୍କୁ ‘ବଚପନ କା ପ୍ୟାର’ ଗୀତାରେ ଭାଙ୍ଗଡା କରିବାକୁ କହିଛନ୍ତି। ପରେ ଅପାରଶକ୍ତି ମଧ୍ୟ ଧନଶ୍ରୀଙ୍କ ସହ ପଞ୍ଜାବୀ ଅବତାରରେ ଭାଙ୍ଗଡା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କର ଏହି ସୁନ୍ଦର ନୃତ୍ୟକୁ ୟୁଜର୍ସ ଖୁବ ପସନ୍ଦ କରୁଛନ୍ତି। ଭାଇରାଲ୍ ହେଉଥିବା ଏହି ମଜାଳିଆ ଭିଡିଓ ଦେଖନ୍ତୁ-

ଭିଡିଓ ସେୟାର କରି ଅପାର କ୍ୟାପସନରେ ଲେଖିଛନ୍ତି – ‘ମୁଁ ଏହି ଗୀତରୁ ବାହାରି ପାରୁନାହିଁ, ସୁପର ଟେଲେଣ୍ଟେଡ ଧନଶ୍ରୀ ବର୍ମାନ୍ଦ୍ରଙ୍କ ସହ ଦେଖନ୍ତୁ ଏହାର ପଞ୍ଜାବୀ ଭର୍ସନ’। ସମାନ ଭିଡିଓ ସେୟାର କରି ଧନଶ୍ରୀ କ୍ୟାପସନରେ ଲେଖିଛନ୍ତି, – ‘ଏହି ଟ୍ରେଣ୍ଡରେ ପଞ୍ଜାବୀ ଫ୍ଲେଭର ଯୋଡି ଏହାକୁ ମୋର ପ୍ରିୟ ଅପରଶକ୍ତି ସହ ସଠିକ୍ ତରିକାରେ ବ୍ଲେଣ୍ଡ କରିଛି, କିଛି ଭିନ୍ନ କରନ୍ତୁ ଟ୍ରେଣ୍ଡ ହୁଅନ୍ତୁ’

   Related Posts