କରୋନା ମୁକାବିଲାରେ ସାହାଯ୍ୟର ହାତ ବଢାଇଲେ ଯୁବରାଜ, ଦାନ କଲେ ୫୦ ଲକ୍ଷ ଟଙ୍କା

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ, ୦୬|୦୪: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ସେ ପିଏମ୍ କେୟାରକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଅଲରାଉଣ୍ଡର କୋଭିଡ-୧୯ର ମୁକାବିଲା ପାଇଁ ସମସ୍ତଙ୍କୁ ସତର୍କ ଓ ଏକଜୁଟ ହେବାକୁ ପରାମର୍ଶ ଦେଇଛନ୍ତି ।  ଏହି ମାରାତ୍ମକ ଭାଇରସ ଏବେସୁଦ୍ଧା ଦେଶରେ ୪୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥିବା ବେଳେ ୧୦୦ରୁ ଅଧିକ ଜୀବନ ନେଇଛି ।

ଯୁବରାଜ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ଏହି ଏକତା ପ୍ରଦର୍ଶନ ସମୟରେ ସେ ପ୍ରଧାନମନ୍ତ୍ରୀ କେୟାର୍ସ୍ ଫଣ୍ଡରେ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଆପଣମାନେ ମଧ୍ୟ ଏଥିରେ ସହଯୋଗ କରନ୍ତୁ ବୋଲି ସେ ଅପିଲ କରିଛନ୍ତି ।

wp:core-embed/twitter {"url":"https://twitter.com/YUVSTRONG12/status/1246772025332396032?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246772025332396032\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fyuvraj-pledges-to-donate-rs-50-lakh-in-fight-against-pandemic-tspo-1-1178029.html","type":"rich","providerNameSlug":"twitter","className":""}
https://twitter.com/YUVSTRONG12/status/1246772025332396032?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246772025332396032&ref_url=https%3A%2F%2Faajtak.intoday.in%2Fsports%2Fstory%2Fyuvraj-pledges-to-donate-rs-50-lakh-in-fight-against-pandemic-tspo-1-1178029.html
/wp:core-embed/twitter

ଏହା ପୂର୍ବରୁ ସ୍ପିନର ହରଭଜନ ସିଂ ଓ ତାଙ୍କ ପତ୍ନୀ ଗୀତା ବର୍ଷା ଲକଡାଉନ ସମୟରେ ୫୦୦୦ ପରିବାରକୁ ରାସନ, ଖାଦ୍ୟ ଯୋଗାଇେ ବୋଲି ଘୋଷଣା କରିଥିଲେ ।

{"id":249699,"width":753,"height":535,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.