Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ : YSR କଂଗ୍ରେସର ବିଦ୍ରୋହୀ ସାଂସଦ ରାମକୃଷ୍ଣକୁ ଗିରଫ କଲା ସିଆଇଡି

15/05/2021 at 10:37 AM

ଆନ୍ଧ୍ରପ୍ରଦେଶ ୧୫/୫: ଆନ୍ଧ୍ରପ୍ରଦେଶ ସିଆଇଡି ରାଜଦ୍ରୋହ ଅଭିଯୋଗରେ ନରସାପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଦ୍ରୋହୀ ସାଂସଦ ରଘୁ ରାମକୃଷ୍ଣ ରାଜୁ ଗିରଫ । ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି ପରେ ତାଙ୍କୁ ବିଜୟୱାଡାକୁ ନିଆଯାଇଛି । ସିଆଇଡି କହିଛି, ସମ୍ପ୍ରଦାୟରେ ହିଂସା ବ୍ୟାପିବା ନେଇ ଉଷୁକାଇବା ଏବଂ ସରକାରଙ୍କ ବିରୋଧରେ ଅସନ୍ତୋଷକୁ ପ୍ରୋତ୍ସାହିତ କରୁଥିବା ନେଇ ରାଜୁଙ୍କ ନାଁରେ ଅଭିଯୋଗ ହୋଇଛି ।

ସାଂସଦଙ୍କ ବିରୋଧରେ ଧାରା ୧୨୪-A (ଦେଶଦ୍ରୋହ), ୧୫୩-A (ସମ୍ପ୍ରଦାୟରେ ସ୍ଥିତି ବିକୃତ କରିବା ୫୦୫ (ବିବୃତ୍ତି ଦ୍ୱାରା ଉତ୍ତେଜନା ସୃଷ୍ଟି), ୧୨୦-B (ଷଡଯନ୍ତ୍ର) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ସାଂସଦଙ୍କ ବିରୋଧରେ CID ରେ ADG ପିଭି ସୁନୀଲ କୁମାରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିଛି ।

ସାଂସଦ ରାଜୁ ପ୍ରାୟ ବର୍ଷକ ପୂର୍ବେ YSR କଂଗ୍ରେସ ଦଳରେ ବିଦ୍ରୋହ କରିବା ସହ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ । ଏପରିକି ଗତ କିଛି ଦିନ ହେବ ସେ କୋଭିଡ ସଙ୍କଟରେ ଭୁଲ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଆସୁଥିଲ । ହାଇଦ୍ରାବାଦର ତାଙ୍କ ବାସଭବନରେ ସାଂସଦ ଜନ୍ମଦିନ ପାଳନ କରୁଥିବାବେଳେ ସିଆଇଡି ତାଙ୍କୁ ଗିରଫ କରିଥିଲା ।

   Related Posts