Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୱାଇଏସଆର କଂଗ୍ରେସ ଲୋକସଭା ସାଂସଦ ବଲି ଦୁର୍ଗାପ୍ରସାଦ ରାଓଙ୍କର କୋଭିଡରେ ମୃତ୍ୟୁ, ପ୍ରଧାନମନ୍ତ୍ରୀଙ୍କ ଶୋକ

16/09/2020 at 9:07 PM

ନୂଆଦିଲ୍ଲୀ ୧୬।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ବୁଧବାର ଆଉ ଜଣେ ସାଂସଦଙ୍କ ପରଲୋକ ହୋଇଛି। ମୃତ ସାଂସଦ ହେଉଛନ୍ତି ୱାଇଏସଆର କଂଗ୍ରେସର ତିରୁପତି ସାଂସଦ ବଲି ଦୁର୍ଗାପ୍ରସାଦ ରାଓ। ସେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଚେନ୍ନାଇର ଏକ ହସ୍ପିଟାଲରେ ଆଡମିଟ ଥିଲେ। ସେଠାରେ ତାଙ୍କର ପରଲୋକ ହୋଇଛି। ଦୁର୍ଗାପ୍ରସାଦ ରାଓଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଶୋକ ପ୍ରକଟ କରିଛନ୍ତି।

ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ତାଙ୍କ ପ୍ରଦେଶ ବିକାଶରେ ଦୁର୍ଗାପ୍ରସାଦ ରାଓଙ୍କ ଯୋଗଦାନକୁ ଉଲ୍ଲେଖନୀୟ କହିଛନ୍ତି। ଦୁର୍ଗାପ୍ରସାଦ ଜଣେ ଅଭିଜ୍ଞ ରାଜନେତା ଥିଲେ। ସଂକଟର ଏହି ସମୟରେ ତାଙ୍କପରିଜନ ଓ ହିତୌଷୀଙ୍କ ଲାଗି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି।

ତେବେ ତାମିଲନାଡୁରେ କ୍ରମଶଃ ପରିସ୍ଥିତିରେ ପରିବର୍ତ୍ତନ ଆସୁଥିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନାରୁ ଜଣାପଡିଛି। ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେଉଥିବା ବେଳେ ସୁସ୍ଥ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫.୧୯ ଲକ୍ଷରେ ପହଞ୍ଚିଥିବା ବେଳେ ୪.୬୪ ଲକ୍ଷ ଲୋକେ ସୁସ୍ଥ ହୋଇଛନ୍ତି।

   Related Posts