Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

Youtubersଙ୍କ ପାଇଁ ଦୁଃଖ ଖବର, ଜୁନ୍‌ରୁ ଲାଗିବ ନୂଆ ଟ୍ୟାକ୍ସ ପଲିସି

10/03/2021 at 9:33 PM

ନୂଆଦିଲ୍ଲୀ ୧୦/୦୩: ବର୍ତ୍ତମାନ ସମୟରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ ରୋଜଗାରର ଭଲ ମାଧ୍ୟମ। ଏହା ସହ ଏଥିରେ ନିଜର ପ୍ରତିଭା ଦେଖାଇବା ପାଇଁ ମଉକା ମିଳୁଛି। କିନ୍ତୁ ଏବେ ୟୁଟ୍ୟୁବର୍ସଙ୍କ ପାଇଁ ଦୁଃଖ ଖବର ଆସିଛି। ଆମେରିକା ବ୍ୟତୀତ ଅନ୍ୟ ସ୍ଥାନର ୟୁଟ୍ୟୁବରଙ୍କ ରୋଜଗାର କମିବ। ଏବେ ଯାଏ ୟୁଟ୍ୟୁବରେ ଭିଡିଓ ଅପଲୋଡ୍‌ କରୁଥିବା ଲୋକଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିନଥିଲା। ଏବେ ୟୁଟ୍ୟୁବର୍ସ ଟ୍ୟାକ୍ସ ଦେବେ।

ଏନେଇ ଗୁଗଲ ପକ୍ଷରୁ ଭାରତୀୟ ୟୁଜରଙ୍କୁ ମେଲ୍‌ ପଠାଯାଇ ଚେତାବନୀ ଦିଆଯାଇଛି। ମେ ୩୧ ପରେ ପ୍ରତି ୟୁଟ୍ୟବର୍ସ ନିଜ ରୋଜଗାର ଉପରେ ଟ୍ୟାକ୍ସ ଦେବେ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାଣିବାର କଥା ହେଉଛି ଆପଣଙ୍କ ଭିଡିଓରେ ଆମେରିକାରୁ ଆସୁଥିବା ଭିଉଜ୍‌ ପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ହେବ।

ଆମେରିକା କ୍ରିଏଟର୍ସଙ୍କୁ ଟ୍ୟାକ୍ସ ଲାଗିବ ନାହିଁ। ସରଳ ଅର୍ଥରେ ବୁଝିବାକୁ ହେଲେ ଜଣେ ଭାରତୀୟ ୟୁଟ୍ୟବରଙ୍କ ଭିଡିଓ ଆମେରିକାରେ ଭିଉ ହେବା ଦ୍ବାରା ମିଳୁଥିବା ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ିବ। ଗୁଗଲର ସ୍ବାମୀତ୍ବ ଥିବା କମ୍ପାନୀ ୟୁଟ୍ୟୁବ୍ ନୂଆ ଟ୍ୟାକ୍ସ ପଲିସିକୁ ଜୁନ ୨୦୨୧ରୁ ଲାଗୁ କରିବ।

ଏଡ୍‌ସେନ୍ସ ମାଧ୍ୟମରେ ଟ୍ୟାକ୍ସ ସମ୍ବନ୍ଧୀୟ ସୂଚନା ଦେବାକୁ ୟୁଟ୍ୟୁବର୍ସଙ୍କୁ ଗୁଗଲ ପକ୍ଷରୁ କୁହାଯାଇଛି। ଯଦି ନିଜର ଟ୍ୟାକ୍ସ ବିବରଣୀ ୩୧ ମେ ସୁଦ୍ଧା ନଦେବେ ତେବେ କମ୍ପାନୀ ଆପଣଙ୍କର ମୋଟ ରୋଜଗାରର ୨୪ ପ୍ରତିଶତ ଟଙ୍କା କାଟିନେବ। ଭାରତୀୟ ୟୁଜରଙ୍କ କ୍ଷେତ୍ରରେ ଏହା ୧୫ ପ୍ରତିଶତ ରହିବ ବୋଲି ଜଣାପଡ଼ିଛି।

   Related Posts