Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କଫିନ୍‌ ଭିତରେ ପଶି ମାଟି ତଳେ ୫୦ ଘଣ୍ଟା ରହିଲେ ୟୁଟ୍ୟୁବର, ବହାରିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ : ଭିଡିଓ ଭାଇରାଲ

2/04/2021 at 5:23 PM

ନୂଆଦିଲ୍ଲୀ ୦୨/୦୪ : ରାତାରାତି ଚର୍ଚ୍ଚାକୁ ଆସିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି । ଏବେ ଚର୍ଚ୍ଚାକୁ ଆସିବା ପାଇଁ ସବୁଠାରୁ ଭଲ ପ୍ଲାଟଫର୍ମ ହେଉଛି ସୋସିଆଲ ମିଡିଆ । ନିଜକୁ ଲୋକପ୍ରିୟ କରିବା ପାଇଁ ୟୁଟ୍ୟୁବରମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ଭିଡିଓ ତିଆରି କରୁଥିବା ସମସ୍ତେ ଚାହାନ୍ତି ଯେ, ସେମାନଙ୍କ ଭିଡିଓ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚୁ । ସେଥିପାଇଁ ଅନେକ ବିପଦପୂର୍ଣ୍ଣ ଏବଂ ଚ୍ୟାଲେଞ୍ଜିଂ ଷ୍ଟଣ୍ଟ୍‌ ମଧ୍ୟ କରନ୍ତି ।

ଏଭଳି ଏକ ଚକିତ କରିଲା ଭଳି କାରନାମା କରି ଦେଖାଇଛନ୍ତି ଲୋକପ୍ରିୟ ୟୁଟ୍ୟୁବର୍‌ ମିଷ୍ଟର୍‌ ବିଷ୍ଟ୍‌ । କଫିନ୍‌ ଭିତରେ ପଶି ମାଟି ତଳେ ପ୍ରାୟ ୫୦ ଘଣ୍ଟା ବିତାଇଛନ୍ତି ସେ । ଏହାକୁ ସମ୍ପୂର୍ଣ୍ଣ ଭାବେ କ୍ୟାମେରା ସାମ୍ନାରେ ଲାଇଭ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ୧୨ ମିନିଟ୍‌ ୩୯ ସେକେଣ୍ଡର ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ପ୍ରଥମେ ୭ ଫୁଟ୍‌ ଲମ୍ବା ଏବଂ ୪ ଫୁଟ୍‌ ଓସାର ଏକ କଫିନ୍‌ ତିଆାରି କରାଯାଉଛି । କଫିନ ମଧ୍ୟରେ କ୍ୟାମେରା ମଧ୍ୟ ଲଗାଯାଇଥିଲା । ଏହା ସହିତ ଭିତରେ ଓ୍ବୟାରଲେସ୍‌ ଫୋନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହାପରେ ମିଷ୍ଟର ବିଷ୍ଟ୍‌ କଫିନ୍‌ ଭିତରେ ପଶିବା ସହିତ ତାଙ୍କୁ ପ୍ରାୟ ୨୦ ଫୁଟ୍‌ ର ଏକ ଖାଲ ଭିତରେ ରଖାଯାଇ ମାଟି ବନ୍ଦ କରିଦିଆଯାଇଥିଲା । ମାଟି ତଳେ ସେ ୫୦ ଘଣ୍ଟା ଧରି ରହିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ସମୟ ଧରି ମାଟି ତଳେ ରହିବା ପରେ ମଧ୍ୟ ସେ ସମ୍ପୂାର୍ଣ୍ଣ ସୁସ୍ଥ ଥିଲେ । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ କୋଟି ଲୋକ ଦେଖିସାରିଲେଣି ।

   Related Posts