Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନିଜର ୧ କୋଟି ଟଙ୍କାର ମର୍ସିଡିଜ୍ କାରକୁ ନିଆଁ ଲଗାଇଦେଲେ ୟୁଟ୍ୟୁବର୍, କ୍ଷଣକେ ହୋଇଗଲା ପାଉଁଶ

28/10/2020 at 3:19 PM

ନୂଆଦିଲ୍ଲୀ ୨୮/୧୦ : ସୋସିଆଲ ମିଡ଼ିଆ ଜରିଆରେ ନିଜ କଥା କହିବା, ନାନା ବିଷୟରେ ଶିକ୍ଷା ଦେବା, ସନ୍ଦେଶ ଦେବା, ନିଜ ମେସେଜ ଲୋକଙ୍କ ପାଖକୁ ପହଞ୍ଚାଇବା ଆଦି ସହଜ ହୋଇଯାଇଛି। ୟୁଟ୍ୟୁବ୍ ମଧ୍ୟ ଏହିଭଳି ଏକ ମାଧ୍ୟମ। ଲୋକେ ୟୁଟ୍ୟୁବରେ ନିଜର ଭିଡିଓ ବ୍ଲଗ୍ ତିଆରି କରି ଭିଡିଓ ଅପଲୋଡ଼ କରନ୍ତି ଓ ଦୁନିଆ ସହ ଯୋଡ଼ି ହୁଅନ୍ତି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭିଡିଓ କରିବା ପାଇଁ ଯେକୌଣସି ସୀମା ପାର କରିଦେଇଥାନ୍ତି। ଏମିତି ଜଣେ ୟୁଟ୍ୟୁବର୍ ହେଉଛନ୍ତି ଋଷର ମିଖାଇଲ୍ ଲିଟବିନ୍। ସେ ଋଷରେ ରୁହନ୍ତି। ତାଙ୍କ ଫ୍ୟାନ୍ ଫଲୋୟର୍ସ ମଧ୍ୟ ବହୁତ ଅଧିକ। ସେ ନିଜର ୧.୧୦ କୋଟି ଟଙ୍କାର ମର୍ସିଡିଜ୍ କାରକୁ ନିଆଁ ଲଗାଇଦେଇଛନ୍ତି। ନିଆଁ ଲଗାଇବା ପରେ ଏହାର ଭିଡିଓ କରି ସେୟାର କରିଥିଲେ। ମିଖାଇଲଙ୍କ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି।

ୟୁଟ୍ୟୁବରେ ମିଖାଇଲଙ୍କ ୫୦ ଲକ୍ଷ ସବ୍ସକ୍ରାଇବର୍ ଅଛନ୍ତି। ଏଥିରୁ ମିଖାଇଲ ଲିଟବିନଙ୍କ ଲୋକପ୍ରିୟତା ଏଥିରୁ ଜଣାପଡ଼ିଯାଏ।  ଇନ୍ସଟାଗ୍ରାମରେ ତାଙ୍କର ୧.୧୬ କୋଟି ଫଲୋୟର୍ସ ଅଛନ୍ତି। ତାଙ୍କ ପାଖରେ ମର୍ସିଡିଜ୍ ଜିଟି 63 ଏସ କାର ଥିଲା ଯାହାକୁ ସେ ନିଆଁ ଲଗାଇଦେଇଛନ୍ତି। ଏହାପରେ ସେ ଏହାର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ କରିଥିଲେ। ତାଙ୍କ ଭିଡିଓରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି।

ମିଖାଇଲ ଅପଲୋଡ଼ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଋଷର କୌଣସି ଏକ ଖୋଲା ପଡିଆକୁ ନିଜ କାର ନେଇ ଆସିଥାନ୍ତି। କଳା ରଙ୍ଗର ଏହି ଆକର୍ଷଣୀୟ କାର ଦେଖିବାକୁ ବହୁତ ସୁନ୍ଦର। କାରର ଦାମ ମଧ୍ୟ କୋଟିଏ ଟଙ୍କାରୁ ଅଧିକ। ପଡିଆକୁ ଆସି ସେ କାର ଡିକିରୁ କିଛି ତେଲ କ୍ୟାନ କାଢିଛନ୍ତି। ଏହାପରେ ତେଲ କାର ଉପରେ ଢାଳନ୍ତି। କିଛି ତେଲ କାରରୁ କିଛି ଦୂର ଯାଏଁ ମଧ୍ୟ ଢାଳିଛନ୍ତି। କାର୍ ପାର୍କିଙ୍ଗ କରିଥିବା ସ୍ଥାନରୁ କିଛି ଦୂରରେ ସେ ଗୋଟେ ତନ୍ଦୁର ଚୁଲି ଲଗାଇ କିଛି ଫ୍ରାଏ କରିଛନ୍ତି। ଫ୍ରାଏ କରି ଖାଇଛନ୍ତି। ଏହାପରେ ତେଲ ଢାଳିଥିବା ସ୍ଥାନରେ ନିଆଁ ଲଗାଇଛନ୍ତି। କ୍ଷଣକେ ନିଆଁ କାର ଯାଏଁ ମାଡିଯାଇଛି ଓ ସମ୍ପୂର୍ଣ କାର ଜଳିଯାଇଛି। ଏହାପରେ ସେ ଆଉ ଏକ କାରରେ ସେଇଠୁ ପଳାଇଛନ୍ତି। ଏହି ଭିଡିଓକୁ ଏବେ ସୁଦ୍ଧା ୧.୧୪ କୋଟି ଥର ଦେଖାସରିଛି। ୧୦ ଲକ୍ଷରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି।

କାର ଜଳାଇବା ପଛରେ କଣ ଥାଇପାରେ ସେନେଇ ଲୋକେ ନାନା ସନ୍ଦେହ କରିଛନ୍ତି। ତାଙ୍କ କାରରେ କୌଣସି ତ୍ରୁଟି ଥିଲା ଯାହାକୁ ସର୍ଭିସ ସେଣ୍ଟର ୫ଥରରେ ମଧ୍ୟ ସଜାଡି ପାରିନଥିଲା ବୋଲି କୁହାଯାଉଛି। ଏହାପରେ ସେ ନିଜ କାରରେ ନିଆଁ ଲଗାଇଛନ୍ତି।

   Related Posts