୨୦୨୧ ପାଇଁ ୨୦୨୧ ଡଲାର ଗିଫ୍ଟ, ନୂଆବର୍ଷରେ ଅଭାବୀ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି ୟୁଟ୍ୟୁବର

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦/୦୧: ବିଶ୍ବ ଇତିହାସରେ ବର୍ଷ ୨୦୨୦ ଦୁଃଖ ଆଉ ବେଦନାର ବର୍ଷ ହୋଇ ଲିପିବଦ୍ଧ ହୋଇ ରହିଗଲା। ୨୦୨୦ର ଦୁଃଖକୁ ଭୁଲି ୨୦୨୧ରେ ଲୋକେ ପୁଣିଥରେ ଅଣ୍ଟା ସଳଖି ଚାଲିବାକୁ ଆରମ୍ଭ କରିଛନ୍ତି। କରୋନା ମାଡ଼ରେ ସାରା ବିଶ୍ବ ଦୋହଲି ଯାଇଥିବା ବେଳେ ପୁଣି ଥରେ ଯାତ୍ରା ଆରମ୍ଭ କରିବାକୁ ଲୋକଙ୍କ ପାଖରେ ମଧ୍ୟ ସମ୍ବଳର ଅଭାବ ଦେଖାଦେଇଛି। ଏହାରି ଭିତରେ ଜଣେ ୟୁଟ୍ୟୁବର ମାନବିକତାର ପରିଚୟ ଦେଇଛନ୍ତି।

୨୦୨୧ରେ ଅଜଣା ତଥା ଅଭାବୀ ଲୋକଙ୍କୁ ଖୋଜି ଖୋଜି ୨୦୨୧ ଡଲାର (ପାଖାପଖି ଦେଢ଼ ଲକ୍ଷ ଟଙ୍କା) ଦାନ ଦେଉଛନ୍ତି ୟୁଟ୍ୟୁବର ଜୁଆନ ଗୋଞ୍ଜାଲେଜ୍‌। ଜଣେ ପ୍ରିସଦ୍ଧ ୟୁଟ୍ୟୁବର ଭାବେ ଜଣାଯାଆନ୍ତି ଜୁଆନ। ୟୁଟ୍ୟୁବ୍‌ରେ ନିଜର ଚ୍ୟାନେଲ୍‌ ‘ଦାଟ୍‌ ଓ୍ବାଜ୍‌ ଏପିକ୍‌’ରେ ସେ ଏଭଳି କିଛି ଭିଡିଓ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

ତେବେ ଜୁଆନ ଅଭାବୀ ଲୋକଙ୍କୁ ସହରର କୋଣ ଅନୁକୋଣରେ ଖୋଜି ଖୋଜି ଟଙ୍କା ଦେଉଛନ୍ତି। ନୂଆବର୍ଷରେ ନିଜ ଜୀବନରେ କିଛି ନୂଆ କରିବାକୁ ଏପରି ସାହାଯ୍ୟ କରୁଛନ୍ତି ଜୁଆନ। ତାଙ୍କର ଏହି ପୁରସ୍କାର ଅଜଣା ଲୋକଙ୍କ ମୁହଁରେ ଖୁସି ଆଣିଦେଉଛି। ସେ ଏହି ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ ମାଧ୍ୟମରେ ‘Giving people 2021 Dollar to start off their year’ ଟାଇଟଲ୍‌ ସହ ପୋଷ୍ଟ କରିଛନ୍ତି ।

wp:html /wp:html

ଜୁଆନଙ୍କ ଏଭଳି ବଦାନ୍ୟତାକୁ ଲୋକେ ବେଶ ପସନ୍ଦ କରୁଛନ୍ତି। ଭିଡିଓରେ କମେଣ୍ଟ କରି କେହି ଆଶୀର୍ବାଦ ଦେଉଥିବା ବେଳେ କେହି ଜୁଆନଙ୍କୁ ଶୁଭକାମନା ଦେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ଜୁଆନ ଅଭାବୀ ଲୋକଙ୍କ ଘର ଭଡ଼ା ଦେଉଥିବା ବେଳେ ଅଜଣା ଲୋକଙ୍କୁ କାର ଦେଇ ଚର୍ଚ୍ଚାକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.