ଖୁବ୍ ଶୀଘ୍ର ଆସୁଛି Shorts :TikTokକୁ ଟକ୍କର ଦେବା ପାଇଁ YouTubeର ନୂଆ ପ୍ଲାନ୍

Published By : Prameya-News7 Bureau | April 03, 2020 IST

 ନୂଆଦିଲ୍ଲୀ ୩/୪: ୟୁଟୁବ୍ ଏକ ଫିଚର ଆଣିବା ପାଇଁ ପ୍ରସ୍ତୁତି କରୁଛି। ଯାହା ଦ୍ବାରା ୟୁଜର୍ସ ଟିକଟକ୍ ଭଳି ଶର୍ଟ ଭିଡିଓସ୍ କରି ପାରିବେ। କମ୍ପାନୀ ବର୍ତ୍ତମାନ ଏହି ଫିଚର ଉପରେ କାମ କରୁଛି ଏବଂ ୨୦୨୦ ଶେଷ ଯାଏଁ ଏହାକୁ ଲଞ୍ଚ କରି ଦିଆଯିବ। ଏହାକୁ ‘Shorts' ନାମରେ ଜଣାଯିବ। ଏହି ଫିଚର ଜରିଆରେ ୟୁଟୁବର ଲକ୍ଷ୍ୟ ଟିକଟକ ସହ ମୁକାବିଲା କରିବା ହେବ।

କିଛି ସମୟ ପୂର୍ବରୁ ଲଞ୍ଚ ହୋଇଥିବା ଟିକଟକ୍ ଶର୍ଟ ଭିଡିଓ ଫର୍ମାଟ୍ ହେବା ଯୋଗୁଁ ଅନେକ ଲୋକପ୍ରିୟତା ହାସଲ କରିଥିଲା। ଏବେ ୟୁଟୁବ୍ ମଧ୍ୟ କ୍ରିଏଟର୍ସଙ୍କୁ ଏପରି କିଛି ଅଫର କରିବାକୁ ଚାହୁଁଛି। ୟୁଟୁବ୍ ‘ଶର୍ଟସ୍’ ନାମକ ଫିଚର ଉପରେ କାମ କରୁଛି ଯାହାକୁ ମୋବାଇଲ୍ ଆପ୍ ଜରିଆରେ ଲଞ୍ଚ କରାଯିବ।

ଏହା ସ୍ପେଶାଲ୍ ଫିଡର ଫର୍ମରେ ହେବ,ଯେଉଁଥିରେ ୟୁଜର୍ସଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଶର୍ଟ ଭିଡିଓ କ୍ଲିପ୍ସ ସାମିଲ ହେବ। ଗୁଗଲକୁ ବଡ଼ ଲାଇସେନ୍ସଡ ମ୍ୟୁଜିକ୍ ଏବଂ ସଙ୍ଗ୍ କ୍ୟାଟେଲଗର ମଧ୍ୟ ଫାଇଦା ହେବ ଯାହାକୁ କ୍ରିଏଟର୍ସ କଣ୍ଟେଣ୍ଟ କରିବା ପାଇଁ ବ୍ୟବହାର କରିବେ।

ByteDance ଦ୍ବାରା ୨୦୧୬ମସିହାରେ ଚୀନ ଟିକଟକ୍ ଭାରିଏଣ୍ଟକୁ A.me ନାମରେ ଛାଡ଼ିଥିଲା। ଏଥିରେ ୟୁଜର୍ସ ୩ରୁ ୬୦ସେକେଣ୍ଡ ଲେଙ୍ଗଥର ଶର୍ଟ ଲୁପିଂ ଭିଡିଓସ୍ କରିପାରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.