ୟୁଟ୍ୟୁବରେ ବଡ ପରିବର୍ତ୍ତନ: ଭ୍ୟୁୟର୍ସ ଦେଖିପାରିବେନି ଭିଡିଓରେ ଡିସଲାଇକ୍ ସଂଖ୍ୟା

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ ୧୧/୧୧ : ୟୁଟ୍ୟୁବ ବର୍ତ୍ତମାନ ଏକ ନୂଆ ପରିବର୍ତ୍ତନ କରିଛି। ୟୁଟ୍ୟୁବରେ ଏବେ ୟୁଜର୍ସଙ୍କୁ ଡିସଲାଇକ ସଂଖ୍ୟା ନଜର ଆସିବନି। ୟୁଟିୟୁବ ଅଫିସିଆଲି ଏହା ଘୋଷଣା କରିଛି। କମ୍ପାନୀ କହିଛି ଯେ ଛୋଟ କ୍ରିଏଟର୍ସଙ୍କୁ ଏଥିରୁ ସାହାଯ୍ୟ ମିଳିବ ଯେଉଁମାନଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଥାଏ ଏବଂ ସେମାନଙ୍କ ଭିଡିଓରେ ଡିସଲାଇକ ସଂଖ୍ୟା ବଢ଼ାଇ ଦିଆଯାଇଥାଏ। ୟୁଟ୍ୟୁବ କହିଛି ଯେ କମ୍ପାନୀ କ୍ରିଏଟର୍ସ ଓ ଭ୍ୟୁୟର୍ସଙ୍କ ମଧ୍ୟରେ ସମ୍ମାନଜନକ ସମ୍ପର୍କ ପ୍ରମୋଟ କରୁଛନ୍ତି।

ତେବେ ଭ୍ୟୁୟର୍ସଙ୍କୁ ଡିସଲାକି ବଟମ ଦେଖାଯିବ ଏବଂ ଆପଣ ଡିସଲାଇକ ମଧ୍ୟ କରିପାରିବେ। କିନ୍ତୁ ଭିଡିଓକୁ କେତେଥର ଡିସଲାଇକ କରାଯାଇଛି ତାହା କେହି ବି ଦେଖିପାରିବେ ନାହିଁ। ଭିଡିଓ ତିଆରି କରିଥିବା ଲୋକ ଦେଖିପାରିବେ ତାଙ୍କ ଭିଡିଓକୁ କେତେ ଡିସଲାଇକ ମିଳିଛି। ୟୁଟ୍ୟୁବ କହିଛି ଯେ ଏହାଦ୍ୱାରା ପବ୍ଲିକ ଶେମିଙ୍ଗ ରୋକିବାରେ ସାହାଯ୍ୟ ମିଳିବ। ଏକ ବ୍ଲଗ ପୋଷ୍ଟରେ କମ୍ପାନୀ ଏହା ଘୋଷଣା କରିଛି।

ଏକ ପରୀକ୍ଷା ପରେ ୟୁଟ୍ୟୁବ ଏହି ନିଷ୍ପତ୍ତି ନେଇଛି। କମ୍ପାନୀ ଦେଖିଲା ଯେ ଡିସଲାଇକ ବଟମ ହଟାଇବା ପରେ ଛୋଟ କ୍ରିଏଟର୍ସଙ୍କୁ କମ ହମଲା ହେଉଛି। କାରଣ ଭିଡିଓରେ କେତେ ଡିସଲାଇକ ମିଳିଛି ତାହା ଲୋକେ ଦେଖିପାରନ୍ତି ନାହିଁ। ଏହା ପୂର୍ବରୁ କମ୍ପାନୀ ଆଉ ଏକ ପରୀକ୍ଷା କରିଥିଲା ଯେଉଁଥିରେ ଜାଣିବାକୁ ପାଇଥିଲା ଯେ ଛୋଟ କ୍ରିଏଟର୍ସ ଯେଉଁମାନେ ନିକଟରେ ନିଜ ଚାନେଲ ଆରମ୍ଭ କରିଛନ୍ତି ସେମାନଙ୍କୁ ବିନା କାରଣରେ ଟାର୍ଗେଟ କରାଯାଉଛି। ୟୁଟ୍ୟୁବରେ ନିଜ ଡାଟା ଆଧାରରେ କହିଛି ଯେ ଆନୁପାତିକ ଭାବେ ଛୋଟ ଚାନେଲକୁ ଜାଣିଶୁଣି ବ୍ୟବହାରିକ ହମଲା ଅଧିକ ହୋଇଥାଏ।

ଏସବୁ କାରଣରୁ କମ୍ପାନୀ ଡିସଲାଇକ ଆକାଉଣ୍ଟ ପ୍ରାଇଭେଟ କରିଦେଇଛି। କେବେଳେ କ୍ରିଏଟର୍ସ ହିଁ ଡିସଲାଇକ ସଂଖ୍ୟା ଦେଖିପାରିବେ। କ୍ରିଏଟର୍ସ କ୍ରିଏଟିଭ ଷ୍ଟୁଡିଓକୁ ଯାଇ ଡିସଲାଇକ ସଂଖ୍ୟା ଦେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.