ପତ୍ନୀକୁ ହତ୍ୟା ଅଭିଯୋଗରେ ୟ୍ୟୁଟୁବର ଜିତୁ ଜାନ୍ ଗିରଫ, ଝିଅକୁ ନିୟମିତ ମାଡ ମାରୁଥିବା କହିଲେ ଶାଶୁ

Published By : Prameya-News7 Bureau | June 02, 2021 IST

ମୁମ୍ବାଇ ୦୨/06: ୟୁଟ୍ୟୁବରେ ଜିତୁ ଜାନ୍ ନାମରେ ଜଣାଶୁଣା ଫେମସ୍ ୟୁଟ୍ୟୁବର୍ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ପତ୍ନୀ କୋମଲ ଅଗ୍ରୱାଲଙ୍କ ମୃତ୍ୟୁ ଘଟଣାରେ ଭଣ୍ଡୁପ ପୋଲିସ ଗିରଫ କରିଛି। ୟୁଟ୍ୟୁବରଙ୍କ ପତ୍ନୀ ନିକଟରେ ପଙ୍ଖାରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସ ଏହି ଘଟଣାର ତଦନ୍ତରେ ନିୟୋଜିତ ହୋଇ ପ୍ରଥମେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପରେ ମୃତ କୋମଲ ଅଗ୍ରୱାଲଙ୍କ ପରିବାର ତାଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

{"width":684,"height":456}
YouTuber Jitu Jan arrested in wife's murder case, mother-sister of the  deceased made serious allegations - Stuff Unknown

ଜିତେନ୍ଦ୍ରଙ୍କ ବିରୋଧରେ ଆଇପିସିର ଧାରା ୩୦୪, ୩୨୩, ୩୦୬ ଏବଂ ୫୦୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। କୋମଲଙ୍କ ପରିବାରଙ୍କ ଅଭିଯୋଗ ପରେ ଜିତୁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ମାମଲାରେ ଗିରଫ ହୋଇଛିନ୍ତି। କୋମଲଙ୍କ ମା ଏବଂ ଭଉଣୀ ପ୍ରିୟା ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ ଜିତୁ ତାଙ୍କ ସ୍ୱର୍ଗତ ପତ୍ନୀଙ୍କୁ ଘର କାମକୁ ନେଇ ମାର ପିଟ କରୁଥିଲେ।

ଜିତେନ୍ଦ୍ର ହେଉଛନ୍ତି ମୁମ୍ବାଇର ୟୁଟ୍ୟୁବର୍, ଯିଏ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜିତୁ ଜାନ ଭାବରେ ପ୍ରସିଦ୍ଧ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜିତୁ ଜାନଙ୍କର ୨୮୪K ରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.