Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବୟସ ମାତ୍ର ୧୦, କିନ୍ତୁ ୟୁଟ୍ୟୁବରୁ ବର୍ଷକୁ ଆୟ ୨୦୦ କୋଟିରୁ ଅଧିକ

2/07/2021 at 3:00 PM

ନୂଆଦିଲ୍ଲୀ,୦୨/୦୭ :  ବୟସ ୧୦ ବର୍ଷ। କିନ୍ତୁ ବର୍ଷକୁ ଆୟ ୩୦ ମିଲିୟନ ଡଲାର ବା ୨୨୦ କୋଟିରୁ ଅଧିକ ଟଙ୍କା। ଲଗାତର ୩ ବର୍ଷ ଧରି ସର୍ବାଧିକ ରୋଜଗାର କରୁଥିବା ୟୁଟ୍ୟୁବର ହୋଇଛନ୍ତି ଜଣେ ୧୦ ବର୍ଷୀୟ ବାଳକ। ତାଙ୍କର ପ୍ରାୟ ୨୯.୯ ମିଲିୟନରୁ ଅଧିକ ସବ୍‌ସ୍କ୍ରାଇବର ଥିବା ବେଳେ ତାଙ୍କ ଭିଡିଓର ଭିଉ ୧୨ ବିଲିୟନରୁ ଅଧିକ ଅଟେ। ଯାହା ବିଶ୍ବାସ ହେଉନଥିଲେ ବି ସତ। ସେ ହେଉଛନ୍ତି କୁନି ୟୁଟ୍ୟୁବର ରିଆନ କାଜି। ଟେକ୍ସାସର ଏହି ବାଳକ ବିଭିନ୍ନ ପ୍ରକାର ଖେଳନାର ରିଭିଉ କରିବା ସହ ଅନ୍ୟାନ୍ୟ ବିଜ୍ଞାନ ଜନିତ ଭିଡିଓ ୟୁଟ୍ୟୁବ୍‌ରେ ପୋଷ୍ଟ କରନ୍ତି।

ରିଆନଙ୍କ ବାର୍ଷିକ ରୋଜଗାର ହେଉଚି ୩୦ ମିଲିୟନ ଡଲାର । ଅର୍ଥାତ ପାଖାପାଖି ୨୨୦ କୋଟି ଟଙ୍କା । ତେବେ ମିଳିଥିବା ରିପୋର୍ଟ ଅନୁସାରେ ରିଆନ ଖେଳନାକୁ ଖୋଳରୁ ବାହାର କରି ଏହା ଉପରେ ବର୍ଣ୍ଣନା କରନ୍ତି। ଏପରିକି ଟୁଥ୍‌ପେଷ୍ଟ, ବ୍ୟାକ୍‌ପ୍ୟାକସ ଆଦିର ଭିଡିଓ ପୋଷ୍ଟ କରନ୍ତି। ଏଥିପାଇଁ ଆମାଜନ୍‌ ଓ ଓ୍ବାଲ୍‌ମାର୍ଟ ୨୦୦ ମିଲିୟନ୍‌ ଡଲାର ରୋଜଗାର ମଧ୍ୟ କରିଛନ୍ତି। ଫୋର୍ବସ ମଧ୍ୟ ରିଆନଙ୍କୁ ୨୦୨୦ରେ ସର୍ବାଧିକ ଆୟ କରୁଥିବା ୟୁଟ୍ୟୁବର ଭାବେ ସ୍ଥାନ ଦେଇଛି ।

ରିୟାନଙ୍କୁ ‘ଚାଇଲ୍ଡ ଇନ୍‌ଫ୍ଲୁଏନ୍ସର’ ବୋଲି କୁହାଯାଏ। ସେ ପ୍ରଥମେ ମାର୍ଚ୍ଚ ୨୦୧୫ରେ ୟୁଟ୍ୟୁବ୍‌ରେ ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଥିଲେ। ଅନ୍ୟ ଚ୍ୟାନେଲ ଦେଖି ସେ ଏଭଳି କରିବାକୁ ପ୍ରେରଣା ପାଇଥିଲେ । କେବଳ ୩ ବର୍ଷ ସେ ଏତେ ରୋଜଗାର କରିପାରିଥିଲେ ଯେ ସେ ନିଜର ଏକ ଖେଳନା କମ୍ପାନୀ ଖୋଲିପାରିଥାନ୍ତେ।

ତେବେ ଛୋଟ ପିଲାମାନଙ୍କୁ ଖୁସି ଦେବା ଭଳି ସବୁ ପ୍ରକାର ଭିଡିଓ କରନ୍ତି ରିଆନ। କିନ୍ତୁ ତାଙ୍କର ଏକ ଭିଡିଓ ହେଉଛି ‘ହ୍ୟୁଜ୍‌ ଏଗସ୍‌ ସର୍‌ପ୍ରାଇଜ୍‌ ଟୟଜ୍‌ ଚ୍ୟାଲେଞ୍ଜ’ । ଯାହାକୁ ୨ ବିଲିୟନ୍‌ ଭିଉ ମିଳିଛି ।  ଯାହା କେବଳ ୟୁଟ୍ୟୁବ୍‌ରେ ସବୁଠାରୁ ଅଧିକ ଭିଉ ହୋଇଥିବା ୬୦ ଭିଡିଓ ମଧ୍ୟରେ ସ୍ଥାନ ପାଇଥିଲା।

   Related Posts