Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ତାଲା ଭାଙ୍ଗି ମୋବାଇଲ୍ ଦୋକାନରେ କଳାକନା ବୁଲାଇଲେ ଚୋର, ସିସିଟିଭିରେ ଦୃଶ୍ୟ କଏଦ

30/06/2021 at 5:51 PM

ନବରଙ୍ଗପୁର ୩୦।୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ମଙ୍ଗଳବାର ରାତିରେ ଚୋର ପଶି କଳାକନା ବୁଲାଇଛି । ଦୋକାନୀ ଥାନାରେ ଏଥଲା ଦେବା ପରେ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତି ପ୍ରାୟ ୧୧ଟା ୩୦ମିନିଟ୍ ସମୟରେ ଝରିଗାଁ ବ୍ଲକରେ ଥିବା ଏକ ମୋବାଇଲ ଦୋକାନରୁ ପ୍ରାୟ ୧୦ ଗୋଟି ମୋବାଇଲ ଏବଂ ମୋବାଇଲ ଆସେସୋରୀ ଚୋରି କରି ନେଇଥିବା ବେଳେ  ଅନ୍ୟ ଏକ ମୋବାଇଲ ଦୋକାନର ତାଲା ଭାଙ୍ଗୁଥିଲେ । ଏହି ସମୟରେ ଝରିଗାଁ ପୋଲିସ ସେହି ରାସ୍ତା ଦେଇ ପାଟ୍ରୋଲିଂ କରୁଥିବା ବେଳେ ଚୋର ପୋଲିସକୁ ଦେଖି ଦୌଡି ପଳାଇଥିଲେ । ପୋଲିସ ଚୋରକୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଚୋର ଖସି ପଳାଇଥିଲେ ।

ତେବେ ସିସିଟିଭିରେ ଚୋରି କରୁଥିବା ଦୃଶ୍ୟ  କଏଦ ହୋଇଛି । ତେବେ ଝରିଗାଁ ସଦରରେ ବାରମ୍ବାର ମୋବାଇଲ ଦୋକାନ ଚୋରି ହେଉଥିବା ବେଳେ ଏପର୍ଯ୍ୟନ୍ତ ଝରିଗାଁ ପୋଲିସକୁ କୌଣସି ସଫଳତା ମିଳିପାରିନାହିଁ। କରୋନା କାଳରେ ଝରିଗାଁରେ ବାରମ୍ବାର ଚୋରି ହେଉଥିବା ନେଇ ଦୋକାନୀମାନଙ୍କର ରାତିର ନିଦ ହଜିଯାଇଛି।

   Related Posts