ଯୁବକଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର ; ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | September 15, 2018 IST

କଟକ ୧୫|୯: ଘର ସମ୍ମୁଖରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସାଲେପୁର ଥାନା ଶଙ୍କରପୁର ଗାଁର ଏଭଳି ଘଟଣା ଘଟିଛି । ମୃତକ ହେଲେ ଶେଖ୍ ଅମୀରଦ୍ଧିନ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଅମୀରୁଦ୍ଧିନ ଘର ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାରଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏତିକିବେଳେ ଅମିରୁଦ୍ଧିନଙ୍କ ମାଆ ସକିନା ବିବି ପୁଅର ମୃତଦେହ ଘର ସମ୍ମୁଖରେ ଝୁଲୁଥିବାର ଦେଖିଥିଲେ । ସ୍ଥାନୀୟଲୋକଙ୍କ ସହାୟତାରେ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି । ସେପଟେ ପୁଅକୁ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପ୍ରେମ ସଂପର୍କକୁ ନେଇ ହତ୍ୟା କରାଯାଇଥିବା ସେମାନେ କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.