ଭାରତରେ ଯୁବବର୍ଗଙ୍କୁ ଟାର୍ଗେଟ୍ କରୁଛି କରୋନା ଭାଇରସ, ୬୦% ସଂକ୍ରମିତଙ୍କ ବୟସ ୫୦ ବର୍ଷରୁ କମ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ, ୦୩|୦୪:   ଭାରତରେ କରୋନା ଭାଇରସ ଅଧିକାଂଶ ଯୁବବର୍ଗଙ୍କୁ ସଂକ୍ରମିତ କରିଛି । ଇଣ୍ଡିଆ ଟୁଡେର ଡାଟା ଅନୁସାରେ ଅଧିକରୁ ଅଧିକ ଯୁବକ କରୋନାର ଟାର୍ଗେଟରେ ରହିଛନ୍ତି । ଏବେସୁଦ୍ଧା ଭାରତରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କ ବୟସ ୫୦ ବର୍ଷରୁ କମ ରହିଛି ।

ତଥ୍ୟାନୁସାରେ, ୧୮୦୧ଟି କୋଭିଡ-୧୯ ମାମଲା ମଧ୍ୟରୁ ୩୯୧ଟି ମାମଲାରେ ସଂକ୍ରମିତଙ୍କ ବୟସ ୩୦ରୁ ୩୯ ମଧ୍ୟରେ ରହିଛି । ସେହିପରି ୩୭୬ ଅର୍ଥାତ ୨୧ ପ୍ରତିଶତ ମାମଲାରେ ସଂକ୍ରମିତଙ୍କ ବୟସ ୨୦ରୁ ୨୯ । ଆହୁରି ମଧ୍ୟ ୧୭ ପ୍ରତିଶତ ସଂକ୍ରମିତଙ୍କ ବୟସ ହେଉଛି ୪୦ରୁ ୪୯ ।

{"id":248510,"width":744,"height":498,"sizeSlug":"large"}

ଏହା ପୂର୍ବରୁ ଚୀନ ଓ ଇଟାଲୀର ରିପୋର୍ଟରେ କରୋନାରେ ଅଧିକ ବୟସ୍କ ଲୋକ ସଂକ୍ରମିତ ହୋଇଥିବା କୁହାଯାଉଥିଲା ।କିନ୍ତୁ ଭାରତରେ ମୋଟ ମାମଲାରେ ୬୦ ବର୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୧୯ ପ୍ରତିଶତ ଓ ୮୦ ବର୍ଷରୁ ଅଧିକ ମାମଲା ହେଉଛି ମାତ୍ର ୨ ପ୍ରତିଶତ ।

ଏପ୍ରିଲ ୩ ଯାଏଁ ୩ ପ୍ରତିଶତ ଅର୍ଥାତ ୪୬ଟି ଏପରି କେସ୍ ଆସିଥିଲା, ଯେଉଁଥିରେ ସଂକ୍ରମିତଙ୍କ ବୟସ ୧୦ ବର୍ଷରୁ କମ ।ବିଶେଷଜ୍ଞମାନେ ଏହି ଭାଇରସ ବୟସ୍କଙ୍କୁ ଅଧିକ ଟାର୍ଗେଟ କରେ ବୋଲି ମାନୁଥିଲେ । କିନ୍ତୁ ଭାରତରେ ଏହା ଓଲଟା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.