ବିବାହ ହେଉନଥିବାରୁ ମାନସିକ ଅବସାଦ ଗ୍ରସ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୩୫ ବର୍ଷ ବୟସ୍କ ବ୍ୟକ୍ତି

Published By : Prameya-News7 Bureau | May 12, 2019 IST

ନିଜର କ୍ୟାରିୟର ଓ ବିବାହକୁ ନେଇ ଚିନ୍ତାରେ ଥିବା ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବିସଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଇଛା ମୃତ୍ ପାଇଁ ଅନୁମତି ମାଗିଛନ୍ତି । ଏହି ଚିଠି ପାଖାପାଖି ୧୫-୨୦ ଦିନ ପୂର୍ବରୁ ଲେଖାଯାଇଥିଲା । ଚିଠି ଲେଖିଥିବା ବ୍ୟକ୍ତି ଜଣକ ପୁଣେରେ ରୁହନ୍ତି । ସେ ଲେଖିଛନ୍ତି ଯେ, ନିଜ ବାପା ମାଙ୍କ ପାଇଁ ସେ କିଛି କରିପାରୁନାହାନ୍ତି । ନିଜ କ୍ୟାରିୟର ଓ ବିବାହ ସମ୍ଭାବନା ନଥିବା ଯୋଗୁଁ ସେ ବହୁତ ଚିନ୍ତିତ ବୋଲି ଲେଖିଛନ୍ତି ।

ପୋଲିସ ଇନ୍ସପେକ୍ଚରଙ୍କ କହିବାନୁଯାୟୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଯାଇଥିବା ଚିଠିରେ ବ୍ୟକ୍ତି ଜଣକ ନିଜ ୭୦ ବର୍ଷ ବୟସ୍କ ରୋଗୀଣା ମା ଏବଂ ୮୩ ବର୍ଷ ବୟସ୍କ ବାପାଙ୍କ ସମ୍ପର୍କରେ ଲେଖିଥିଲେ ।

ପୋଲିସ ଅଧିକାରୀ କହିଛନ୍ତି ଯେ, ସେମାନେ ଉକ୍ତ ବ୍ୟକ୍ତିଙ୍କ କାଉନସିଲିଙ୍ଗ କରୁଛନ୍ତି ବୋଲି କହିଛନ୍ତି । ବ୍ୟକ୍ତି ଜଣକ ଉଚ୍ଚ ଶିକ୍ଷୀତ ଏବଂ ଭଲ ପରିବାରର । ବିବାହ ହେଉନଥିବାରୁ ସେ ବହୁତ ଚିନ୍ତିତ । ସେ ନିଜ ବାପା ମାଙ୍କୁ ବହୁତ ଭଲ ପାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.