ମୁଖ୍ୟମନ୍ତ୍ରୀଙ୍କୁ ନିଜ ରକ୍ତରେ ଚିଠି ଲେଖିଲେ ଯୁବକ : ଜାଣନ୍ତୁ କାହିଁକି

Published By : Prameya-News7 Bureau | January 21, 2019 IST

ଧୋରାଜି ୨୧/୧ : ଗୁଜରାଟର ଧୋରାଜି ଅଂଚଳରେ ଜଣେ ଯୁବକ ବହୁତ ଚେଷ୍ଟା କରିବା ପରେ ଚାକିରୀ ମିଳିନଥିଲା | ଏଥିରେ ମର୍ମାହତ ହୋଇ ଯୁବକ ଜଣକ ନିଜ ରକ୍ତରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କୁ ଚିଠି ଲେଖିଥିଲେ | ଚିଠିରେ ସେ ପିଜିବିସିଏଲ ହେଲପର ଚାକିରୀ ପାଇଁ ଭୁଲ ଉପାୟରେ ହୋଇଥିବା ମନୋନୟନକୁ ନେଇ ଅଭିଯୋଗ କରିଥିଲେ | ସେ ଅଭିଯୋଗ କରିଥିଲେ ଯେ, ଚାକିରୀ ପାଇଁ ମନୋନୀତ ହୋଇଥିବା ପ୍ରାଥୀଙ୍କ ମଧ୍ୟରେ ବହୁତ ଭୁଲ ରହିଛି | ସେଥିପାଇଁ ଏହାକୁ ରଦ୍ଦ କରିଦିଆଯାଉ ବୋଲି ସେ ଦାବି କରିଥିଲେ |

ନିକଟରେ ପିଜିବିସିଏଲ ହେଲପର ଚାକିରୀ ପାଇଁ ମନୋନୟନରେ ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା | ଅଧିକାରୀମାନେ ନିଜ ମନମୁତାବକ ପ୍ରାର୍ଥୀଙ୍କୁ ଚାକିରୀରେ ମନୋନୀତ କରିଛନ୍ତି | ଅଭିଯୋଗକାରୀ ଯୁବକ ସଂକେତ ମକବାଣ ମଧ୍ୟ ଏହି ଚାକିରୀ ବହୁତ କଷ୍ଟ କରିଥିଲେ | କିନ୍ତୁ ତଥାପି ତାଙ୍କୁ ଚାକିରୀ ମିଳିନଥିଲା | ଏଥିରେ ମର୍ମାହତ ହୋଇ ସେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କୁ ରକ୍ତରେ ଚିଠି ଲେଖିଥିଲେ |

{"id":76602}

ଚିଠିରେ ସଂକେତ ଲେଖିଥିଲେ ଯେ, "୨୦୧୮ ଫେବୃଆରୀ ୨୫ ତାରିଖରେ ପିଜିବିସିଏଲ ହେଲପର ପଦବୀ ପାଇଁ ପରୀକ୍ଷା ହୋଇଥିଲା | କିନ୍ତୁ ଏହି ପରୀକ୍ଷା ନାମକୁ ମାତ୍ର ହୋଇଥିଲା | ଅଧିକାରୀମାନେ ନିଜ ମନମୁତାବକ ମେରିଟ ଲିଷ୍ଟରେ ଅଦଳବଦଳ କରିଥିଲେ | ମେରିଟ ଲିଷ୍ଟରେ ଯେଉଁ ପ୍ରାର୍ଥୀ ୪୨୬ ନମ୍ବରରେ ଥିଲେ ତାଙ୍କୁ ୨୦୭ ନମ୍ବରରେ ରଖି ଚାକିରୀ ପାଇଁ ଅର୍ଡର କରାଯାଇଥିଲା | ଏହିଭଳି ଭାବେ ଯୋଗ୍ୟ ପ୍ରାର୍ଥୀଙ୍କ ସହିତ ଅନ୍ୟାୟ ହୋଇଛି |"

ସଂକେତ ଆହୁରି କହିଥିଲେ ଯେ, ଏନେଇ ସେ ଅଧିକାରୀଙ୍କୁ ଅନେକଥର ଅଭିଯୋଗ କରିଛନ୍ତି | କିନ୍ତୁ ତାଙ୍କୁ କୌଣସି ପ୍ରତିଉତ୍ତର ମିଳିନଥିଲା | ସେଥିପାଇଁ ନିଜ ରକ୍ତରେ ଚିଠି ଲେଖି ସେହି ଚାକିରୀକୁ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛନ୍ତି ବୋଲି କହିଥିଲେ | ଏହାସହ ଏହି ମାମଲାରେ ଜଡିତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ | ସେ ଆଶା କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚିଠି ପାଇବାପରେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ କରିବେ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରୀ ପାଇଁ ମନୋନୀତ କରିବେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.