ଦେବଦୂତ ଯୁବକ – କୂଅରେ ବୁଡ଼ିଯାଉଥିବା ତିନି ପିଲାଙ୍କୁ ଉଦ୍ଧାର କଲେ

Published By : Prameya-News7 Bureau | November 30, 2019 IST

ନବରଙ୍ଗପୁର ୩୦।୧୧ -    ୩ ପିଲାଙ୍କୁ ମରଣମୁହଁରୁ ବଞ୍ଚାଇଲେ ଯୁବକ । ନିଜ ଜୀବନକୁ ବାଜି ଲଗାଇ କୂଅରେ ପଡିଯାଇଥିବା ୩ଜଣ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ  ତୁରୁଞ୍ଜିଆଗୁଡା ଗାଁର ବିରଞ୍ଚି ମାଝି । ବିରଞ୍ଚିଙ୍କ ସାହାସ ଓ  ମଣିଷ ପଣିଆକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ।

{"id":192266,"sizeSlug":"large"}

ରିଅଲ ହିରୋ । ତାଙ୍କ ସାହାସ ଓ ଉପସ୍ଥିତ ବୁଦ୍ଧି ତାଙ୍କୁ ଏହି ପରିଚୟ ଦେଇଛି । ନିଜ ଜୀବନକୁ ପରଓ। ନକରି ୩ ଟି ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ  ତୁରୁଞ୍ଜିଆଗୁଡା ଗାଁର ବିରଞ୍ଚି ମାଝି । ୨ଜଣ ସ୍କୁଲ ପିଲା ଅନ୍ୟମନସ୍କ ହେ।ଇ କୂଅରେ ଖସି ପଡିଥିଲେ । ସେମାନଙ୍କ ଚିତ୍କାର ଶୁଣି ଆଉ ଜଣେ ପିଲା ସେମାନଙ୍କୁ ସାହାଯ୍ୟ କରିବାକୁ କୂଅ ଭିତରକୁ ଡେଇଁ ପଡିଥିଲା ।

{"id":192267,"sizeSlug":"large"}

 କିନ୍ତୁ ସାଙ୍ଗ ମାନଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଫସିଗଲେ । ତେବେ ଜୀବନ ବିକଳରେ ସେମାନେ ଚିତ୍କାର କରୁଥିବା ବେଳେ ଦେବଦୂତ ସାଜି ସେଠାରେ ପହଞ୍ଚିଥିଲେ ବିରଞ୍ଚି । ଆଗ ପଛ ନ ବିଚାରି କୂଅ ଭିତରକୁ ଡେଇଁ ପଡିଥିଲେ । ଆଉ ସାହାସ ସଞ୍ଚୟ କରି ୩ଜଣଙ୍କୁ ନିଜ କାନ୍ଧରେ ଟେକି ଧରିଥିଲେ ।

{"id":192268,"sizeSlug":"large"}

ପରେ ଦଉଡି ସାହାଯ୍ୟରେ ଜଣକ ପରେ ଜଣଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କାଯାଇଥିଲା ।  ସମସ୍ତ ଛାତ୍ର ସୁରକ୍ଷିତ ଭାବେ ଉଦ୍ଧାର ହେ।ଇଥିବା ବେଳେ ବିରଞ୍ଚିଙ୍କ ଦୁଇ ଗୋଡରେ ଆଘାତ ଲାଗିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.