କ୍ୟାନସର ପୀଡିତ ବାପାଙ୍କୁ ଦେଖିବାକୁ ଆସିଥିଲେ କିନ୍ତୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଲେ, ସାହାଯ୍ୟ ପାଇଁ ସରକାରଙ୍କୁ ଭିଡିଓରେ କରିଛନ୍ତି ଆକୁଳ ନିବେଦନ

Published By : Prameya-News7 Bureau | May 22, 2020 IST

ନୀଳଗିରି ୨୨।୫: ରାଜ୍ୟରେ କରୋନା ଭାଇରସ୍ ବିସ୍ତାର କରିବାରେ ଲାଗିଛି । ଏଥିପାଇଁ ବିଭିନ୍ନ କଟକଣାମାନ ଲାଗୁ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି । ଏଭଳି ପରିସ୍ଥିତିରେ କେଉଁଠି କ୍ବାରେଣ୍ଟାଇନ୍ ସେଣ୍ଟରରେ ଲୋକ ମଜା ମସ୍ତି କରି ଟିକଟିକ କରୁଛନ୍ତି ତ ଆଉ କେଉଁଠି ନିମ୍ନମାନର ଖାଦ୍ୟ ଦିଆଯାଉଥିବାର ଅଭିଯୋଗ ଆସୁଛି । ହେଲେ ନୀଳଗିରିର ଏକ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଆସିଛି ଏକ ହୃଦୟ ବିଦାରକ ଭିଡ଼ିଓ ।

ସୂଚନାଯୋଗ୍ୟ ଯେ, ନୀଳଗିରି ଉପଖଣ୍ଡର ଔପଦା ବ୍ଲକ୍ ବାଉଁଶବଣିଆ ପଞ୍ଚୟତର ବାଲିଓରା କ୍ବାରେଣ୍ଟାଇନ୍ ସେଣ୍ଟରେ ଥାଇ ଭିଡିଓ ମାଧ୍ୟମରେ ବାପାଙ୍କୁ ଶେଷ ଦେଖା କରିବାକୁ ଆକୁଳ ନିବେଦନ କରିଛନ୍ତି ପୁଅ । ପଞ୍ଚାୟତର ଗୁହାଳିଆ ଗ୍ରାମର ଅମୀର ବେହେରା ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ କ୍ୟାନ୍ସର ମେଡିକାଲରେ ଚାକିରୀ କରନ୍ତି । ତେବେ ପୂର୍ବରୁ ତାଙ୍କ ବାପାଙ୍କୁ କ୍ୟାନ୍ସର ହୋଇଥିବାବେଳେ ମୁମ୍ବାଇରୁ ଭଲ ହୋଇ ଫେରିଥିଲେ । ହେଲେ ନିକଟ ଅତୀତରେ ବାପାଙ୍କ ରୋଗ ଅଧିକ ବଢିଥିଲା ବାପା ଲକ୍ ଡାଉନ୍ ଯୋଗୁଁ ଆଉ ମୁମ୍ବାଇ ପୁଅ ପାଖକୁ ଯାଇପାରିଲେ ନାହିଁ । ସେ ଏବେ ଗୁରୁତର ଭାବେ ବାଲେଶ୍ଵର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବାପାଙ୍କ ରୋଗ ସମ୍ପର୍କରେ ଜାଣିପାରି କ୍ୟାନ୍ସର ହସ୍ପିଟାଲରୁ ପୁଅ ଧାଇଁ ଆସିଲା ସତ । ହେଲେ ସରକାରୀ କଟକଣା ବାପାଙ୍କୁ ଦେଖା କରାଇବାରୁ ଦେଉନାହିଁ । ସେପଟେ ବାପାଙ୍କ ଅବସ୍ଥା ଗୁରୁତର । ବାପାଙ୍କ ସହ ଭିଡିଓ କଲରେ କଥା ହୋଇଥିବାବେଳେ ବାପା ଶେଷ ସମୟରେ ପୁଅକୁ ଦେଖିବାକୁ ଚାହୁଁଥିବା କହିଛନ୍ତି ।  କୌଣସି ରାସ୍ତା ମିଳିପାରୁନଥିବାରୁ ସରକାରୀ ନିୟମ ମାନି ବାପାଙ୍କୁ ଶେଷ ଦେଖା କରିବାକୁ ଏକ ଭିଡିଓ ମାଧ୍ୟମରେ ଅମୀର ସରକାରଙ୍କୁ ଅନୁରୋଧ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.