ମୁମ୍ବାଇରୁ ୧୬୦୦ କି.ମି. ଚାଲି ଚାଲି ଘରକୁ ଆସିଲେ ଯୁବକ, କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବାର ୬ଘଣ୍ଟା ପରେ ମୃତ୍ୟୁ !
28/04/2020 at 2:29 PM

ଲକ୍ଷ୍ନୌ ୨୮।୪: ଲକ୍ ଡାଉନ୍ରେ ଜଣେ ଯୁବକ ମୁମ୍ବାଇରୁ ପ୍ରାୟ ୧୬୦୦ କି.ମି. ଦୂର ଚାଲି ଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାରେ ପହଞ୍ଚିଥିଲେ । ସେଠାରୁ ସେ ତାଙ୍କ ଗାଁକୁ ଯାଇଥିଲେ । କିନ୍ତୁ ସେଠାରେ ପ୍ରଶାସନ ତରଫରୁ ଗାଁ ବିଦ୍ୟାଳୟରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍ରେ ରଖାଯିବା ଲାଗି ଭର୍ତ୍ତି ହୋଇଥିଲେ । ଭର୍ତ୍ତି ହେବାର ମାତ୍ର ୬ଘଣ୍ଟା ମଧ୍ୟରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ଶ୍ରାବସ୍ତି ଜନପଦ ଥାନା ମହ୍ଲିପୁର ଅଞ୍ଚଳର ମଠଖନୱା ଗାଁରେ ସୋମବାର ଦିନ ମହାରାଷ୍ଟ୍ରରୁ ଚାଲି ଚାଲି ଲୁଚାଛପାରେ ଗାଁରେ ପହଞ୍ଚିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କୁ ଗାଁ ବିଦ୍ୟାଳୟରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ୧୪ଦିନ ପାଇଁ ରହିବା ଲାଗି ଭର୍ତ୍ତି କରାଯାଇଥିଲା । ମାତ୍ର ୬ଘଣ୍ଟା ପରେ ରହସ୍ୟଜନକ ଭାବରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ ଖବର ଚାରିଆଡେ ବ୍ୟାପିଯାଇଥିଲା । ଫଳରେ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଥିଲା । ସ୍ବାସ୍ଥ୍ୟ ବିଭାଗ ଏବଂ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀମାନେ ଶୀଘ୍ର ଗାଁରେ ଆସି ପହଞ୍ଚିଥିଲେ । ତାଙ୍କ ମୃତଦେହକୁ କୋରୋନା ପ୍ରୋଟୋକଲ ଅଧୀନରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।
ଅନ୍ୟପଟେ ମୃତଦେହ ନିକଟକୁ ଆସିଥିବା ପରିବାରଲୋକଙ୍କୁ ଉକ୍ତ ବିଦ୍ୟାଳୟରେ କ୍ବାରେଣ୍ଟାଇନ୍ କରାଯାଇଛି । ଶ୍ରାବସ୍ତିର ସିଏମଓ ପି.ଭରଗା କହିଛନ୍ତି ଯେ, ଯୁବକଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।